April 23, 2026

ଉମରକୋଟ ସାମ୍ବାଦିକ ସଂଘ ର ଗାଁ କୁ ଚାଲ ଅଭିଯାନ ଉଦଘାଟନ କଲେ ମାନ୍ୟବର ମନ୍ତ୍ରୀ…………

IMG-20260413-WA0064
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ସାମ୍ବାଦିକ ସଂଘ କାର୍ଯ୍ୟରତ ଥିଲେ ମଧ୍ୟ ବହୁତ କମ ଦିନ ମଧ୍ୟରେ ଲୋକଙ୍କ ନିକଟତର ହୋଇପାରିଛି “ସାମ୍ବାଦିକ ସଂଘ ଉମରକୋଟ”। ଏହି ସଂଘ ଲୋକଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଜନସାଧାରଣ ଭୋଗୁଥିବା ପାଣିର ହା ହା କାର ର ଚିତ୍ର ମଧ୍ୟ ଦେଖଇ ସବୁବେଳେ ଜନତାଙ୍କ ସହ ରହି ଆସିଛି । ପ୍ରତି ଜାଗାରେ ସାମ୍ବାଦିକ ସଂଘ ଉମରକୋଟ ଲୋକଙ୍କ ସହ ରହିଥାଏ। ଆଜି ସଂଘ ଦ୍ୱାରା ଏକ ନୂତନ ପଦକ୍ଷେପ ନିଆଯାଇଛି ଯାହାର ନାଁ ରଖାଯାଇଛି “ଗାଁ କୁ ଚାଲ “। ଏହାର ମୂଳ ଉଦ୍ଧେଶ୍ୟ ଯେ ସାଧାରଣ ଜନତାଙ୍କ ପାଇଁ ସରକାର କରୁଥିବା ଯୋଜନାର ଲାଭ ସେମାନେ ପାଇପାରୁଛନ୍ତି ନା ଏବେବି ବାଟ ମାରଣାର ଶିକାର ହେଉଛନ୍ତି। ଆଜି ପ୍ରଥମ କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସଂମ୍ମାନିତ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ରମେଶ ସାହୁ, ମୁଖ୍ୟବକ୍ତା ଭାବେ ଉମରକୋଟ ସାମ୍ବାଦିକ ସଂଘର ସଭାପତି ପ୍ରଶାନ୍ତ କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭଜନାଥ ଗଣ୍ଡ, ନାଏବ ସରପଞ୍ଚ ଘାସିରାମ ମାଝୀ, ସମିତିସଭ୍ୟ ହୀରାଲାଲ ମାଝୀ, ସମାଜସେବୀ ରାମକୃଷ୍ଣ ଗଣ୍ଡ, ଜୟ କୋଲାର, ବିଲ୍ଲୁ ଗଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଗାଁ ର ମୁଖ୍ୟ ସମସ୍ୟା ଗୁଡିକ ଉପରେ ଆଲୋଚନା ପରେ ଉପସ୍ଥିତ ଜନତାଙ୍କୁ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଆସନ୍ତା ଦିନ ମାନଙ୍କରେ ପ୍ରତି ମାସରେ ଗୋଟିଏ ଗୋଟିଏ ଗାଁ କୁ ଯାଇ ସେମାନଙ୍କ ଅସୁବିଧାକୁ ନେଇ ଖବର ପ୍ରସାରଣ ଜାରି ରହିବା ସହ ସରକାରଙ୍କ ସୁବିଧା ସୁଯୋଗ ଜନସାଧାରଣଙ୍କ ପାଖକୁ ପହଞ୍ଚେଇବା ପାଇଁ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସଂଘର ସଭାପତି ପ୍ରଶାନ୍ତ କୁମାର ସାହୁ। ବିଭିନ୍ନ ସମୟରେ ଥିବା ସରକାର କେବଳ ପ୍ରତିଶୃତି ଦେଇ ତାକୁ ନିଭାଇ ନଥିବାବେଳେ ଗ୍ରାମବାସୀଙ୍କ ସ୍ୱର ହୋଇ “ଉମରକୋଟ ସାମ୍ବାଦିକ ସଂଘ” ଆଜି ମନ୍ତ୍ରୀଙ୍କୁ ଡାକି ଥିବାରୁ ଓ ଗ୍ରାମବାସୀ ମାନଙ୍କ ଅସୁବିଧା ଶୁଣାଇ ଥିବାରୁ ଅଞ୍ଚଳବାସୀ ସେମାନଙ୍କ ଅସୁବିଧା ଦୂର ହେବ ବୋଲି ଆଶାବାଦୀ ଅଛନ୍ତି। ଶେଷରେ ସଂଘର ସଭାପତି ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ।

You may have missed