April 15, 2025

କୋରାପୁଟ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ପାଇବ ନୂଆ ରୁପ।

Share

୧୨/୪/୨୫ କୋରାପୁଟ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ପାଇବ ନୂଆ ରୁପ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ
ତେଣୁ ଜିଲ୍ଲାପାଳ ଶ୍ରୀ ଭି କିର୍ତିୱାସନ୍, ଏସ ପି ରୋହିତ ବର୍ମା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଳିନା ପ୍ରଧାନୀ ଡି ଏଫଓ କେ ଭି ଭାସ୍କର ରାଓ ପଟ୍ଟାଙ୍ଗି ବି ଡି ଓ ରାମ କୃଷ୍ଣ ନାୟକ ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଓ ପଟ୍ଟାଙ୍ଗୀ ବିଧାୟକ ଶ୍ରୀ ରାମ କାଡ଼ାମ୍ ପ୍ରମୁଖ ତଦାରଖ କରିଛନ୍ତି। ବିଶ୍ଵ ରେ ଦେଓ ମାଳି ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି ବୋଲି ଜିଲ୍ଲାପାଳ କହିଛନ୍ତି ଓ ଆଗାମୀ ଦିନରେ ଏଠାରେ ବୋହୂ ଚଳଚ୍ଚିତ୍ର ସୁଟିଂ ହେବାର ସମ୍ଭାବନା ରହିଛି ଏହି କାରଣ ରୁ ସେହି ପରୀ ପର୍ଯ୍ୟଟନ ମାନଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ି ଚାଲିଥିବା ଯୋଗୁଁ ଦେଓମାଳି ର ଆନୁଷଙ୍ଗିକ ଭିତ୍ତିଭୂମି ସହ ସୌନ୍ଦର୍ଯ୍ୟ କରଣ ସକାଶେ ରାଜ୍ୟ ସରକାର ଯୋଜନା କରିଛନ୍ତି ଏଥିପାଇଁ ୧୫ କୋଟି ଟଙ୍କା ଦେଇଛନ୍ତି। କୁନଦୁଲି ଛକ ରୁ ଦେଓମାଳି ମର୍ଯ୍ୟନ୍ତ ରାସ୍ତାର ପୁନରୁଦ୍ଧାର ସହ ଦେଓମାଳି ର ପଦ ଦେଶରେ ଆହୁରି ଅଧିକ କୋଟେଜ୍ ନିର୍ମାଣ କରିବାକୁ ଯୋଜନା ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି