May 10, 2026

ବୋଲଗଡ଼ରେ ଓଡ଼ିଆ ନବବର୍ଷ ପାଳିତ..

IMG-20250414-WA0044
Share

 

 

ବୋଲଗଡ଼,(ଉପାନ୍ତ ଖବର)

ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସଂପୁର ସ୍ଥିତ ପାଞ୍ଚଗଡ଼ ସୃଜନଶୀଳ ସମିତି ଆନୁକୂଲ୍ୟରେ ସମ୍ପାଦକ ସମ୍ବିତ କେଦାର କରଙ୍କ ଆବାହକତ୍ୱରେ ସୋମବାର ଦିନ ଚୁଡ଼ା ନିକଟବର୍ତ୍ତୀ ଗେଡି ମୁଣ୍ଡିଆ ପରିସରରେ ସମିତିର ସ୍ଥାୟୀ ସଭାପତି ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ‘ଓଡ଼ିଆ ନବବର୍ଷ’ ପ୍ରସଙ୍ଗ ଉପରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବୋଲଗଡ଼ର ପ୍ରାକ୍ତନ ମଣ୍ଡଳ ସଂଯୋଜକ ପଦ୍ମ ଚରଣ ବେହେରା ମୁଖ୍ୟ ଅତିଥି, ମାଣିକାଗୋଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୂଷ ଚିକିତ୍ସାଧିକାରିଣୀ ମଧୁମିତା ଷଡ଼ଙ୍ଗୀ ମୁଖ୍ୟ ବକ୍ତା, ବୋଲଗଡ଼ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅପର୍ତ୍ତୀ ଅଟ୍ଟ, ଗାୟକ ସୁଧାକର ନିହାର ରଞ୍ଜନ ପରମଗୁରୁ, ବୋଲଗଡ଼ ବଣିକ ସଂଘର ପ୍ରାକ୍ତନ ସମ୍ପାଦକ ଅରୂପ କୁମାର ପରିଡ଼ା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

ସମିତିର ଉପସଭାପତି ନିରଞ୍ଜନ ନାୟକ ବାର୍ଷିକ ବିବରଣୀ ପାଠ କରିବା ପରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ, ବେଗୁନିଆ ବ୍ଲକର ସମ୍ପାଦକ ରତିକାନ୍ତ କହଲସିଂହ ଏବଂ ବୋଲଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନିତା ପ୍ରିୟଦର୍ଶିନୀ କବିତା ପାଠୋତ୍ସବ ସଂଯୋଜନା କରିଥିଲେ ।

ମାଆ ମାଟି ଓ ମାତୃଭାଷାକୁ ଭଲ ପାଇବା ସହ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରାର ବିକାଶ ନିମନ୍ତେ କାର୍ଯ୍ୟ କରିବା ପାଇଁ ସମସ୍ତ ନିମନ୍ତ୍ରିତ ଅତିଥି ପରାମର୍ଶ ଦେଇ ଥିଲେ । ସହସମ୍ପାଦକ ସାନନ୍ଦ କୁମାର ସାହୁ, ବାମଦେବ ଜେନା, ସ୍ୱରୁପାନନ୍ଦ ପଟ୍ଟନାୟକ, ଇତେଶ କୁମାର ବେହେରା, ମିହିର ପାଟ୍ଟସାଣୀ, ସୁକାନ୍ତ କୁମାର ଜେନା, ଶିକ୍ଷକ ଅଶୋକ କୁମାର ଦାସ, ପ୍ରକାଶ କୁମାର ସାହୁ, ଚିତ୍ତରଞ୍ଜନ ସାହୁ ଏବଂ ସଭ୍ୟ ଅବିନାଶ ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ଲେଙ୍କା ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଆ ବରପୁତ୍ର ପ୍ରସଙ୍ଗ ଉପରେ ପୂର୍ବାନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗର ପ୍ରଥମ କୃତୀ ପ୍ରତିଯୋଗୀ ଯଥାକ୍ରମେ ଓମ ପ୍ରକାଶ ସାହୁ, ଜାଗୃତି ପ୍ରଭା ସାହୁ ଓ ଶୁଭଙ୍କର ପୃଷ୍ଟିଙ୍କ ସମେତ ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲକାରୀ ପ୍ରମାଣପତ୍ର ଓ ଟ୍ରଫି ପ୍ରାପ୍ତ ହୋଇଥିଲେ । ପରିଶେଷରେ ସଭ୍ୟ ହରପ୍ରସାଦ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।