ଅନ୍ଧାର ରେ ରହୁଛନ୍ତି ଗ୍ରାମବାସୀ…

ଲାଞ୍ଜିଗଡ଼ ବ୍ଲକ ମାଲିଯୁବାଙ୍ଗ ପଞ୍ଚାୟତର ସୁନଖଡିକା ଗ୍ରାମରେ ପ୍ରାୟ ୧ ମାସ ହେବ ବିଜୁଳି ନାହିଁ। ଗ୍ରାମରେ ପ୍ରାୟ ୩୦ ପରିବାର ବସବାସ କରୁଛନ୍ତି। ଗୋଟାଏ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରହିଛି। ପ୍ରାୟ ଏକ ମାସ ତଳେ ଟ୍ରଂସ୍ଫାମର୍ ପୋଡିଯାଇଥିଲା। ଗ୍ରାମବାସୀ ମିଳିତ ଭାବେ ବିଜୁଳି ବିଭାଗ କୁ ଯୋଗାଯୋଗ କରିବାରୁ ଜଣେ କର୍ମଚାରୀ ଗ୍ରାମବାସୀଙ୍କୁ ଖୁବଶିଘ୍ର ବିଜୁଳି ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ପ୍ରାୟ ୧ ମାସ ବିତିଯାଇଥିଲେ ମଧ୍ୟ ବିଜୁଳି ସଂଯୋଗ ହୋଇପାରିନାହିଁ। ଛାତ୍ର ଛାତ୍ରୀ ପାଠ ପଢି ପାରୁ ନଥିବା ବେଳେ ଗ୍ରାମବାସୀ ଅନ୍ଧକାର ଭିତରେ ଦିନ କାଟୁଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗ୍ରାମବାସୀ ଅପେକ୍ଷାରେ ରହିଛନ୍ତି।
ଲାଞ୍ଜିଗଡ଼(ପୁରନ୍ଦର ଦଣ୍ଡସେନା)
*ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର*
