April 30, 2026

କଟକ ଲୋକ ସଭା ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୁହରି ମହତାବଙ୍କ ବାଙ୍କୀ ନିର୍ବାଚନ ମଣ୍ଡଳୀ ଗସ୍ତ ,ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା …

0mk
Share

ବାଙ୍କୀ– କଟକ ଲୋକ ସଭା ବିଜେପି ସାଂସଦ ପାର୍ଥୀ ଭର୍ତ୍ତୁହରି ମହତାବ ଆଜି ବାଙ୍କୀ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ । ଜାତମୁଣ୍ଡିଆ ଛକ ଠାରୁ ସେ ଏକ ବିରାଟ ଶୋଭାଯାତ୍ରାରେ ଖୋଲାଗାଡ଼ିରେ କରବର, ଶିମିଳିପୁର, ହରିରାଜପୁର, ଚକାପଦା, ଶିଶୁଆ, ବେଦପୁର, ଖମାରଙ୍ଗ ଦେଇ ବାଙ୍କୀ ସହର ପରିକ୍ରମା କରି ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପୀଠକୁ ଯାଇଥିଲେ । ସେଠାରେ ମା’ଙ୍କୁ ପୂଜାର୍ଚ୍ଚନା କରିବା ସହ ତାଙ୍କର ଆଶୀର୍ବାଦ କାମନା କରିଥିଲେ । ତାଙ୍କ ସହିତ ବାଙ୍କୀ ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଉପସ୍ଥିତ ରହି ମା’ଚର୍ଚ୍ଚିକାଙ୍କୁ ଦର୍ଶନ କରିବା ସହ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାପରେ କଲେଜ ରୋଡସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ କର୍ମୀମାନଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା । ଡମପଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ସରୋଜ ମତଗଜ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜେପି କର୍ମୀ ସମ୍ମିଳନୀରେ ବିଜେପି ସାଂସଦ ପାର୍ଥୀ ଶ୍ରୀ ମହତାବ ଉଦ୍‌ବୋଧନ ଦେଇ ଭାରତର ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ବିଜେପି ଦଳକୁ ବାଙ୍କୀବାସୀ ଭୋଟ ଦେବାକୁ ଅନୁରୋଧ କରିଥିଲେ । ବିଜେପି ବିଧାନ ସଭା ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଏହି ସଭାରେ ବିଜେପି ଦଳକୁ ବାଙ୍କୀବାସୀ ଅଧିକ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ନେତା ନଳିନୀ ରାୟ, ଜଗନ୍ନାଥ ପରିଡା, ଦେବାଶିଷ ମାନସିଂହ, କିଷାନ ଜେନା, ଜୟନ୍ତ ବେଉରା, ବିଭୂତି ଭୂଷଣ ପାଣି,ଆଇନଜୀବୀ ସନ୍ତୋଷ କୁମାର ନାୟକ, ସଂଜୟ ପାଣି, ବିଭୂତି ଭୂଷଣ ପାଣି,ପ୍ରମୋଦ ବିଶୋଇ ପ୍ରମୁଖ ବହୁକର୍ମୀ ଉପସ୍ଥିତ ଥିଲେ ।

You may have missed