March 13, 2026

ଶୋଭନୀୟ ଶିକ୍ଷାଶ୍ରମର ବାର୍ଷିକ ଉତ୍ସବ  ବୌଦ୍ଧିକ ଓ ନୈତିକ ଶିକ୍ଷା ଶିକ୍ଷାଶ୍ରମର ମୂଳ ଆଧାର 

IMG-20260313-WA0054
Share

ସମ୍ବଲପୁର, ୧୩. ୦୩():ସମ୍ବଲପୁର ଠାରେ ଥିବା ଶୋଭାନୀୟ ଶିକ୍ଷାଶ୍ରମ ର ଟ୍ରାୟୋବିଂଶ ତମ ବାର୍ଷିକ ଉତ୍ସବ ଶୋଭାନୀୟ ଆନ୍ଦୋଳନର ଆନ୍ତର୍ଜାତିକ ନିର୍ଦ୍ଦେଶିକା ଅରୁନ୍ଧତୀ ଦେବୀଙ୍କ ପୌରାହିତ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

 

ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ଯୋଗଦେଇ ବୌଦ୍ଧିକ ଓ ନୈତିକ ଶିକ୍ଷାର ଉନ୍ନତି ପାଇଁ ପୂଜ୍ୟ ଶ୍ରୀ କୁମାର ଭାଇଙ୍କ ଶୋଭାନୀୟ ଶିକ୍ଷାଶ୍ରମ ଶିକ୍ଷାଦାନ ସମାଜ ପାଇଁ ଏକ ଦର୍ଶନ। ପିଲାଟି ଦିନରୁ ପ୍ରାଥମିକ ଶିକ୍ଷା ସହିତ ବୌଦ୍ଧିକ ଓ ନୈତିକ ଶିକ୍ଷା ପିଲାଙ୍କ ଭବିଷ୍ୟତ ପାଇଁ ସୁନାଗରୀକ ହେବାର ଏକ ମହାନ ଶିକ୍ଷା ବୋଲି ଶ୍ରୀ ନାଏକ ଅବିହିତ କରିଥିଲେ।ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ ଯୋଗଦେଇ ଅନୁଷ୍ଠାନର ଶିକ୍ଷାର୍ଥୀ ମାନଙ୍କ ବିଭିନ୍ନ କ୍ଷେତ୍ରରେ କୃତିତ୍ୱକୁ ପ୍ରଶଂସା କରି ମହାଦ୍ରୁମରେ ପରିଣତ ହୋଇଥିବା ଅନୁଷ୍ଠାନର ଲକ୍ଷ ଓ ସାଧନା ଅନ୍ୟ ଶିକ୍ଷାଳୟ ଠାରୁ କିଭଳି ଅନନ୍ୟ ତାହା ବର୍ଣ୍ଣନା କରିଥିଲେ।ହସ୍ତତନ୍ତନଗରୀ ଇନହୁଇଲ କ୍ଲବର ସଭାନେତ୍ରୀ ଜୟଶ୍ରୀ ରାଏଗୁରୁ ଓ ସମାଜସେବୀ ସ୍ୱର୍ଣ୍ଣବାଳା ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଭାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱରା ପ୍ରସ୍ତୁତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଶତପଥୀ ଧନ୍ୟବାଦ ଦେଇଥିବା ବେଳେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହାକୁ ପରିଚାଳନା କରିଥିଲେ।