March 13, 2026

ନବରଙ୍ଗପୁର ଜିଲ୍ଲା ଇଇଘର ଠାରେ କିନ୍ନର ଙ୍କୁ ମିଳିଲା ରାସନ୍ କାର୍ଡ…….

IMG-20260313-WA0052
Share

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ରାଇଘର ବ୍ଲକ କାର୍ଯ୍ୟାଳୟ ଠାରେ ୪ଜଣ କିନ୍ନର ଙ୍କୁ ମିଳିଲା ରାସନ୍ କାର୍ଡ ସେଥି ମଧ୍ୟରୁ ମୋହଣ୍ଡ ଗ୍ରାମ ର ଜୟନ୍ତୀ ବାଲା, ପାଉର୍ବେଲ ର ବିପ୍ରୋହା ରୟ,ଦାସ ପୁର ର ସନ୍ତୁଲାଲ ଗୋଣ୍ଡ ଓ ସର୍ଗୁଲି ର ଅଞ୍ଜୁ ବସୁ । ଆଗରୁ ଜନକୁ ମିଳିଥିଲା ଆଉ ଜଣେ କିନ୍ନର ପ୍ରୋସେସ ରେ ଅଛନ୍ତି। ଏହି କାର୍ଯ୍ୟ କ୍ରମ ରେ ବି.ଡି.ଓ. ରିତୁ ସିଂ, ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନ ରଞ୍ଜନ ମୁଟିଆ, ଏମ. ଆଇ ଅଧିକାରୀ ଦେଓଧର ଧୁରୁଆ ପ୍ରମୁଖ ଯୋଗ ଦେଇ ଅନ୍ତଦୟ ଯୋଜନା ରେ ତିନି ଜଣ ଙ୍କୁ ସାମିଲ କରାଯାଇ ଥିଲା। କିନ୍ନର ଙ୍କ ଶୀତ ଦିନରେ ୧୦ ଗୋଟି ବ୍ଲକ ରେ ବ୍ଲଙ୍କେଟ ଦାନ କରିବା ସହ ରକ୍ତ ଦନରେ ସାମିଲ ହେବାକୁ ନେଇ ବହୁତ୍ ପ୍ରଶଂସା କରାଯାଇ ଥିଲା। ଏହି କାର୍ଯ୍ୟ କ୍ରମ ରେ ସେକ୍ରେଟାରୀ ଚୁମକି କିନ୍ନର ଏଵଂ ଲିଗାଲ ଏଡ୍ଭଭାଇଜର କିରଣ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟ କ୍ରମ ରେ ସାମ୍ବାଦିକା ମାମୁନି ଚକ୍ରବର୍ତ୍ତୀ ଓ ମନୋଜ ଆଉ ଭବାନୀ ଭାଇ ପ୍ରମୁଖ ଯୋଗ ଦେଇଥିଲେ।