ପୁରୀରେ ଭାରତ ବନ୍ଦ ସଫଳ
ଆଜି ଫେବୃଆରୀ ୧୨ ତାରିଖ ରେ ନୂତନ ଶ୍ରମ ଆଇନକୁ ନେଇ ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ଆଜି ପୁରୀରେ ଭାରତ ବନ୍ଦ ଡାକରାକୁ ସଫଳ କରିଛନ୍ତି l ଆଜି ସକାଳୁ ପୁରୀ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ସଭାପତି ରାଜେଶ ମିଶ୍ରଙ୍କ ସଭାପତିତ୍ୱ ରେ ଶତାଧିକ କଂଗ୍ରେସ କର୍ମୀ ବାମପନ୍ଥୀ ଦଳ ର ନେତା ଶରତ ରାୟଗୁରୁ ଙ୍କ ଅଧକ୍ଷତା ରେ ଶତାଧିକ ବାମପନ୍ଥୀ ମହିଳା ଓ ପୁରୁଷ କର୍ମୀ ଏବଂ ଯୁବକର୍ମୀମାନେ ଯୋଗଦାନ କରି ପୁରୀ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ, ବଡଦାଣ୍ଡ, ଅଠରନଳା, ଭୁଦାନ ଛକ, ସୁବାସ ବୋଷ ଛକ, କଚେରୀ ରୋଡ଼, ଲାଇଟ ହାଉସ ଛକ ଇତ୍ୟାଦି ରେ ଗାଡି ମଟର ବନ୍ଦ କରିବା ସହିତ ଶାନ୍ତି ଶୃଙ୍ଖଳା ସହିତ ଦୋକାନ ବଜାର ଗୁଡିକ ବନ୍ଦ କରିଥିଲେ l ମୋଟାମୋଟି ଭାବେ କହିବାକୁ ଗଲେ ପୁରୀ ସହରରେ ଶାନ୍ତି ଶୃଙ୍ଖଳାର ସହିତ ଭାରତ ବନ୍ଦ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଅମରେନ୍ଦ୍ର ପାଇକରାୟ, ବିଶ୍ୱନାଥ ଦାସ, ଯୋଗେନ୍ଦ୍ର ସାହୁ, ସ୍ୱାଧୀନ କୁମାର ପଣ୍ଡା, ବିଦ୍ୟୁତଲତା ଆଚାର୍ଯ୍ୟ, ସୁକାନ୍ତ ପରିଜା ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ସହିତ ଉଭୟ ଦଳର ସମସ୍ତ କର୍ମକର୍ତ୍ତାମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
