ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର…
କୋରାପୁଟ ଜ଼ିଲ୍ଲା କୋଟପାଡ଼ ଜାତୀୟ ରାଜପଥ 63 ନମ୍ବର କଲେଜ ନିକଟରେ
ମଙ୍ଗଳବାର ଆପରାନ୍ନ ସନ୍ଧ୍ୟା 5:30 ଘଣ୍ଟା ସମୟରେ ସଡକ ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ତଳରେ ମୃତ୍ୟୁ ହେଇଥିବା ବେଳେ ଜଣେ ଗୁରୁତ୍ୱ ଭାବେ ଆହତ ହେଇଥିବାର ଜଣାପଡିଛି l
ମଙ୍ଗଳବାର ହାଟ ରହିଥିବା ବେଳେ ଉକ୍ତ ଜାତୀୟ ରାଜପଥ ଦେଇ ପ୍ରତ୍ୟକ ଦିନ ଭାରି ଜାନ ଗୁଡିକ ଯାତାୟତ କରୁଛନ୍ତି l
ଆପରାନ୍ନ ସମୟରେ ମହାବାହୁ ନାମକ ଏକ ଘରୋଇ ବସ ଯାତ୍ରୀ ନେଇ ଜୟପୁର ଅଭିମୁଖେ ଯାଉଥିଲା, ତାପଛକୁ ଦୁଇ ମଟର ବାଇକ ଚାଳକ ଦ୍ରୁତଗତି ରେ ଯାଉଥିଲେ ବସ ଟି କୌଣସି ବସ୍ୱତ
ଧୀର କରିବାରୁ ଦୁହେଁ ବସର ପଛରେ ଧୋକା ଦେବାରୁ ଘଟଣା ସ୍ତଳରେ ଦୁହେଁ ଛିଟିକି ରାସ୍ତା ଉପରେ ପଡିଥିଲେ, ଘଟଣା ସ୍ତଳରେ ଜଣଙ୍କର ମୁଣ୍ଡର ଖୋପୁରୀ ବାହାରି ପଡି ଥିବା ବେଳେ ଅନ୍ୟ ଜଣେ ଗୁରୁତ୍ୱ ଆହତ ହେଇ ପଡିଥିଲେ, ଯାତାୟତ କରୁଥିବା ଯାତ୍ରୀ ତୁରନ୍ତ ନିକଟସ୍ତ ଆଭୁଲେନ୍ସ ଖବର ଦେବା ସହ କୋଟପାଡ଼ ପୋଲିସ କୁ ଖବର ଦେଇଥିଲେ l ଘଟଣା ସ୍ତଳରୁ ପୋଲିସ ପହଂଚି ଗୁରୁତ୍ୱ ଆହତ ବ୍ୟକ୍ତି ଜଣଙ୍କୁ କୋଟପାଡ଼ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିବା ସହ ପ୍ରାଥମିକ ଚିକିଛା କରିବା ସହ ତୁରନ୍ତ ଜୟପୁର ଜ଼ିଲ୍ଲା ଚିକିଛା ଲୋ୍ୟକୁ ସ୍ଥାନନ୍ତର କରାଯାଇଛି, ମୃତ ବ୍ୟକ୍ତି ଙ୍କ ଶବ ଉଦ୍ଧାର କରିଥିବାର ଜଣା ପଡିଛି l ଦୁର୍ଘଟଣା ଘଟଣା ସ୍ତଳରେ ବସ ଓ ବାଇକ କୁ ପୋଲିସ ଜବବତ କରିଥିବା ବେଳେ ବସ ନମ୍ବର ଓ, ଡି 10 ୟୁ,5798, ବାଇକ ନମ୍ବର ସି, ଜି,05 ଏ ଚ,8666 ବୋଲି ଜଣାପପଡିଛି l ଦୁହେଁ ଗୀର୍ଲ୍ଲା ପଞ୍ଚଯାତର ଆମୋଡମୁଣ୍ଡା ଗ୍ରାମର ହେଇଥିବା ବେଳେ ମୃତ ଯୁବକ ବନବାସୀ ଯାନୀ ଙ୍କ ସାନ ପୁଅ ଦେବେନ୍ଦ୍ର ଯାନୀ( 17) ଓ ଅନ୍ୟ ଜଣେ ହେଲେ ଗୋଜେନ୍ଦ୍ର ମାଝୀ ବୋଲି ଜଣାପପଡିଛି lଉକ୍ତ ଜାତୀୟ ରାଜପଥ ପାଶ୍ୱରେ ମହାବିଦ୍ୟାଳୟ, ଆଦର୍ଷ ବିଦ୍ୟାଳୟ,
ଆଇ ଆଇ, ଟି, ଜୁନିୟର ବିଜ୍ଞାନ କଲେଜ, ଆବାସିକ ବିଦ୍ୟାଳୟ
ରହିଛି l ଦିନକୁ ଦିନ ଭାରିଜାନ ଗୁଡିକ ଦ୍ରୁତ ଗତିରେ ଯାତାୟାତ
କରୁଛନ୍ତି l ଏହି ରାଜପଥ ରେ ଗତ ଏକ ମାସ ମଧ୍ୟରେ ଛଅ ଗୋଟି ଛୋଟ ମୋଟ ଦୁର୍ଘଟଣା ଘଟିଥିବାର ନଜର ରହିଛି, କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ସାଧାରଣରେ ଆସନ୍ତୋଷ ଦେଖା ଦେଇଛି l
କୋରାପୁଟ ରୁ ହରିଶ୍ ପଟ୍ଟନାୟକ ଙ୍କ ରିପୋର୍ଟ