March 12, 2026

ସାଇ ପରିବାର ଦ୍ୱlରା ରକ୍ତଦାନ ଶିବିର ଅନୁଷ୍ଠିତ…

bishnu
Share

                                                                                                                                                                                  ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧିନ କୃଷ୍ଣଚନ୍ଦ୍ର ପୁର ସନ୍ତରା ସ୍ଥିତ ଶିରିଡ଼ି ସାଇ ମନ୍ଦିର ପରିସରରେ ପ୍ରଥମ ଥର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଭିନ୍ନ କୋଣ ଅନୁକୋଣ ରୁ ଯୁବକ ଯୁବତୀଙ୍କ ସମେତ ସାଇ ପରିବାର ବହୁ ସଦସ୍ୟ ରକ୍ତ ଦାନ କରିଥିବା ସହ ଶିବିରରୁ 202 ରୁ ଉର୍ଦ୍ଧ ରକ୍ତ ୟୁନିଟ ସଂଗ୍ରହ କରାଯାଇଥିଲା ।ଏହି ଶିବିରରେ ସାଇ ପରିବାର ସଭାପତି ସନ୍ତୋଷ କୁମାର ଦଳାଇ, ଉପସଭାପତି ସୁବ୍ରତ କୁମାର ବିଶ୍ବାଳ, ସମ୍ପାଦକ ସଞ୍ଜୟ କୁମାର ସାମନ୍ତରାୟ ,କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ ପ୍ରମୁଖ ପ୍ରଥମେ ଶିରିଡ଼ି ସାଇଙ୍କ ଫଟୋରେ ପୁଷ୍ପ ଦେଇ ଦିପ ପ୍ରଯୋଳନ କରିଥିଲେ । ସାଇ ପରିସରରେ ଚାଲିଥିବ ରକ୍ତ ଦାତଙ୍କୁ ଅତିଥି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ସାଂସଦ ଙ୍କ ପ୍ରତିନିଧି ସୁଢ଼ଳ ସ୍ଵାଇଁ, ପୂର୍ବତନ ସାଂସଦ ଡକ୍ଟର କୁଳମଣି ସାମଲ, କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପଲତା ବେହେରା ପ୍ରମୁଖ ରକ୍ତଦାନ ଏକ ମହତ ପୂର୍ଣ୍ଣ କହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ।
ରକ୍ତଦାନ ମହତ୍ୱପୂର୍ଣ୍ଣ ଗୋଟିଏ ଜୀବନ ବଞ୍ଚାଇବାକୁ ହେଲେ ରକ୍ତର କେତେ ଆବଶ୍ୟକ ହୋଇଥାଏ ।ଏହିଭଳି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଭବିଷ୍ୟତରେ ଅନ୍ୟତ୍ର ଆୟୋଜନ କରାଯିବ ବୋଲି ସମସ୍ତ ଙ୍କୁ ଶିରିଡ଼ି ସାଇ ପରିବାର ପକ୍ଷରୁ ପ୍ରକାଶ କରିଥିଲେ । (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed