November 23, 2024
Share

                                                                                                                                                                              ଆଙ୍କୁଶପୁର କିଶୋର ମେଳା – ମୁଖ୍ୟ ମନ୍ତ୍ରୀ ପୃଷ୍ଟି ଯୋଜନା ସୋପାନ ରେ ଅଙ୍କୁଶପୁର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ କିଶୋରୀ ମେଳା ଅନୁଷ୍ଠିତ ହୋଇଥିଲା। କିଶୋରୀ ମାନଙ୍କ ସମ୍ପୂର୍ଣ୍ଣ ବୃଦ୍ଧି ଓ ବିକାଶ ଲକ୍ଷ୍ୟ ରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସିଡିପିଓ କୁସୁମ କୁମାରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ମେଳା ରେ ଉପସ୍ଥିତ ଥିବା ସମସ୍ତ କିଶୋରୀ ମାନଙ୍କ ଉଚ୍ଚତା ଓ ଓଜନ ମାପ କରି ବି ଏମ୍ ଆଇ ବାହାର କରାଗଲା। ଏବଂ ହିମୋଗ୍ଲୋବିନ୍ ଟେଷ୍ଟ କରାଗଲା। କିଶୋରୀ ମାନଙ୍କ ଦ୍ଵାରା ଗୀତ ନାଚ ଓ ଭାଷଣ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଗଲା। ଏହା ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯକ୍ରମ କରାଗଲା। ସିଡ଼ିପିଓ ସାହୁ ଉକ୍ତ ମେଳା ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କଣ ରହିଛି ଏବଂ କେଉଁ କାର୍ଯ୍ୟ ଦ୍ଵାରା କିଶୋରୀ ମାନେ ନିଜକୁ ସଶକ୍ତ ଓ ସକ୍ଷମ କରିପାରିବେ ଏବଂ କେଉଁ କାର୍ଯ୍ୟ କିଶୋରୀ ମାନଙ୍କୁ ଖରାପ ରାସ୍ତା ଆଗକୁ ନେଇଥାଏ ସେ ବିଷୟରେ ବୁଝାଇଥିଲେ । ମୁଖ୍ୟ ମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ରେ କିଶୋରୀ ମାନଙ୍କୁ ମିଳୁଥିବା ଖାଦ୍ୟ ବିଷୟରେ ପଚାରି ବୁଝିଥିଲେ। ଏଥିରେ ସୂପରାଭାଇଯାର ଲିଜା ସେଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କାର୍ଯ୍ୟ ପରିଚାଳନା ଦାୟିତ୍ଵ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମୁରଲୀ ସେଠୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଦିପ୍ତ କୁମାର ତାହଲ, ଏଏନଏମ ମୌସୁମୀ ପ୍ରଧାନ, ୱାର୍ଡ ମେମ୍ବର ବୁଲୁ ଦାସ, କୁଲାନେତା ବାଉରୀ ବନ୍ଧୁ ସେଠୀ, ସୁପର୍ଭାଇଯାର ମମତା ପଣ୍ଡା, ପ୍ରତିଭା ମହାନ୍ତି, ସ୍ମିତମୟୀ ପ୍ରଧାନ, ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଷ୍ଟାଫ ବାପିନା ବିଷୋୟୀ, ସନ୍ତୋଷ ଆଚାର୍ଯ୍ୟ, ସସ୍ମିତା ମିଶ୍ର, ଅଙ୍ଗନୱାଡି କର୍ମୀ ଗୀତାଞ୍ଜଳି ମହାରଣା,ପି. ଶିବାନୀ, ଜି. କମଳା, ସୁମତି ବିଷୋୟୀ, ଇ. ବୁଲିଆମା, ସୁନୀତା ଦାସ, ରତ୍ନମାଳା ସାହୁ, ରଶ୍ମିତା ନାୟକ, ଦୀପ୍ତିମୟୀ ଚୌଧୁରୀ , ଇ.ଗଙ୍ଗମା,ଏମ ପୁଷ୍ପା, ଇତ୍ୟାଦି ଯୋଗଦେଇଥିଲେ। (କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି/ରିପୋର୍ଟ)