April 14, 2025

ଜାତୀୟସ୍ତରୀୟ ସଫ୍ଟବଲ୍ ପ୍ରତିଯୋଗିତାରେ କୁକୁଡ଼ାଖଣ୍ଡି କୁସୁମୀ ଆଦର୍ଶ ବିଦ୍ୟାଳୟର ଶ୍ରୀତମ୍…

Share

 

ଚଳିତ ମାସ ଜାନୁଆରୀ ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ବିକାନେର୍ ଠାରେ ଆୟୋଜିତ ହେଉଥିବା ୬୭ତମ ଜାତୀୟ ସଫ୍ଟବଲ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ କୁକୁଡ଼ାଖଣ୍ଡି ବ୍ଲକ୍ କୁସୁମୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଶ୍ରିତମ୍ ଗୌଡ଼ ଯାତ୍ରା କରିଛନ୍ତି । ବାଲେଶ୍ଵରରେ ହୋଇଥିବା ରାଜ୍ୟସ୍ତରୀୟ ସଫ୍ଟବଲ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ସେ ଜାତୀୟ ସ୍ତରକୁ ମନୋନୀତ ହୋଇଥିଲେ । ଜାତୀୟ ସ୍ତରରେ ମଧ୍ୟ ଉତ୍ତମ ଖେଳ ପ୍ରଦର୍ଶନ କରିବେ ବୋଲି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥୀ ସ୍ୱାଇଁ, କୋଚ୍ ତଥା ଜାତୀୟ ଅମ୍ପେୟାର ବିଭୁଦତ୍ତ ରଥ, କୁସୁମୀ ଆଦର୍ଶ ବିଦ୍ୟାଳୟ ଶାରୀରିକ ଶିକ୍ଷା ଶିକ୍ଷକ ମଧୁସୂଦନ ମିଶ୍ର, ଭାରାପ୍ରାପ୍ତ ଅଧ୍ୟକ୍ଷ ଜଗନ୍ନାଥ ମହାରଣା ପ୍ରମୁଖ ଆଶା ପ୍ରକାଶ କରିଛନ୍ତି । (କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ)