ବୁଦ୍ଧଖୋଲ ମହୋତ୍ସବ ଉଦଘାଟିତ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ବିମୋହିତ…
ବୁଗୁଡା : ପ୍ରସିଦ୍ଧ ଶୈବପୀଠ ତଥା
ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ପାଦଦେଶରେ ବୁଦ୍ଧଖୋଲ
ଉନ୍ନୟନ ସମିତି ପକ୍ଷରୁ ଆୟୋଜିତ “ବୁଦ୍ଧଖୋଲ
ମହୋତ୍ସବ”ର ଶୁଭାରମ୍ଭ ହୋଇଯାଇଛି । ଉନ୍ନୟନ
ସମିତି ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପୌରହିତ୍ଯରେ ଆୟୋଜିତ ଉକ୍ତ ଉତ୍ସବକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ସମ୍ମାନିତ ଅତିଥି ଭାବେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ , ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ , ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ , ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ସଦସ୍ୟା ଚାନ୍ଦିନୀ ନାୟକ ଓ ସମିତା ସ୍ବାଇଁ , ବିରଞ୍ଚିପୁର ସରପଞ୍ଚ ମନ୍ଦାକିନୀ ସେଠୀ ଓ ସମିତି ସଭ୍ୟା ଅଳକା ନନ୍ଦ ଯୋଗ ଦେଇ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଅଗଣିତ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସହ ଐତିହ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ପାଲଟିଛି ବୋଲି ମତବ୍ୟକ୍ତ କରିଥିଲେ । ଏ ଅବସରରେ ମ୍ୟାଟ୍ରିକ୍ ଓ +୨ର ବ୍ଲକ୍ ଟପ୍ପରଙ୍କ ସମେତ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା-୨୦୨୩ର କୃତି ମେଧାବୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ମହୋତ୍ସବର ଉଦଘାଟନୀ ଦିବସରେ ଶାଶ୍ବତ ତ୍ରିପାଠୀଙ୍କ ସଙ୍ଗୀତ ସମସ୍ତଙ୍କୁ ବିମୋହିତ କରିଥିବା ବେଳେ କାନସାରଳା ଡ୍ଯାନ୍ସ ଗ୍ରୁପ୍ , କାନକୁଟୁରୁ ଶିବ କାଳୀ ଢୋଲ ଚାଙ୍ଗୁ ଦଳ , ବୁଗୁଡ଼ା ବି.ବଏ ଡ୍ଯାନ୍ସ ଗ୍ରୁପ୍ , ମା ଠାକୁରାଣୀ ବାଘ ବୃଷଭ ନୃତ୍ୟ ଦଳ , ବଳଦେବଜୀୟୁ ମହିଳା ମହାବିଦ୍ୟାଳୟ ଡ୍ଯାନ୍ସ ଗ୍ରୁପ୍ , ୟୁଭେନସ୍ ଡ୍ଯାନ୍ସ ଗ୍ରୁପ୍ , ଏସ୍.କେ ଡ୍ଯାନ୍ସ ଗ୍ରୁପ୍ , ଭାମଶ୍ୟାଳି ଯୋଡି ଶଙ୍ଖ ଦଳ, ଶୋଭନୀୟ ପବ୍ଲିକ୍ ସ୍କୁଲ୍ ଷ୍ଟୁଡେଣ୍ଟସ୍ ଡ୍ଯାନ୍ସ ଗ୍ରୁପ୍ ଆଦି ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲେ । ଉକ୍ତ ଉଦଘାଟନୀ ଉତ୍ସବର ପ୍ରାରମ୍ଭରେ ବୁଦ୍ଧଖୋଲ ଉନ୍ନୟନ ସମିତି ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ସ୍ବାଗତ ପ୍ରଦାନ କରିଥିବା ବେଳେ ପରିଶେଷରେ ସହ-ସମ୍ପାଦକ ଗଙ୍ଗାଧର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଲିଜା ଓ ସାର୍ଥକ ଆଙ୍କରିଂ ଦାୟିତ୍ବ ନିର୍ବାହ କରିଥିଲେ ।