March 8, 2026

ଉପଖଣ୍ଡ ଚଇତି ଉଦ୍‌ଯାପିତ ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କରଙ୍କ ଅଭିନୟରେ ଦର୍ଶକ ଭରପୁର ମଜାନେଇଥିଲେ

WhatsApp Image 2023-01-13 at 11.41.58
Share

 

ଗୁଣପୁର,-(ସୁରେନ୍ଦ୍ର ମହାନ୍ତି )ତିନିଦିନ ଧରି ସ୍ଥାନୀୟ ନୂତନ ବସ୍‌ଷ୍ଟାଣ୍ଡ ସ୍ଥିତ ଚଇତି ମଣ୍ଡପଠାରେ ଆୟୋଜିତ ଉପଖଣ୍ଡ ଚଇତି ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି | ଏ ଅବସରରେ ମୁଖ୍ୟ ଅତିଥ୍ ଭାବେ ଆଇନ ଓ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନାଥ ସାରକା ଯୋଗ ଦେଇଥିଲେ | ସମ୍ମାନିତ ଅତିଥ୍‌ ଭାବେ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ଼। ବିଧାୟକ ମକରନ୍ଦ ମୁଦୁଲି,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ
ଯୋଜନାର ଉପଦେଷ୍ଟା ସୁଧୀର କୁମାର ଦାଶ,ପଛୁଆବର୍ଗ କଲ୍ୟାଣ ଯୋଜନା
ଉପଦେଷ୍ଟା ପୃଥ୍ବୀରାଜ ସାହୁ ଯୋଗଦେଇ କଳା ସଂସ୍କୃତି, ଐତିହ୍ୟ କୁ
ଲୋକଲୋଚନକୁ ଆଣିବା ନିମନ୍ତେ ରାଜ୍ୟ ସରକାର ତୃଣମୂଳ ସ୍ତରରୁ ଜିଲାସ୍ତରୀୟ
ପର୍ଯ୍ୟନ୍ତ ଗୁରୁତ୍ଵ ଦେଇ ଆସୁଛନ୍ତି ବୋଲି କହିଥିଲେ । ଚଇତି କମିଟି ଆବାହକ ଡଃ ଚନ୍ଦ୍ରଧ୍ବଜ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଇତି କମିଟି ଅଧ୍ୟକ୍ଷ ଲଳିତ କୁମାର କଅଁର ସଭାପତିତ୍ୱ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା
ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା |ପରିଶେଷରେ ବରିଷ୍ଟ ଆଇନଜୀବି ଉମାଚରଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
। ଆଜିର କାର୍ଯ୍ୟକ୍ରମରେ ଶଙ୍କର ଓ
ପ୍ରଜ୍ଞାଙ୍କ ହାସ୍ୟରୋଳରେ ଦର୍ଶକ
ଭରପୁର ମଜା ହୋଇଥିଲେ । ଅନ୍ତିମ
ଦିବସରେ ଚଇତି ପଡ଼ିଆରେ ରେ
ପ୍ରବଳ ଭିଡ଼ ଜମିଥିଲା । ଆଇନ
ଶୃଙ୍ଖଳା ବଜାୟ ନିମନ୍ତେ ଏସଡିପିଓ
ବିକାଶ ଚନ୍ଦ୍ର ବେହୁରା ଏବଂ ଆଇଆଇସି ନିଳାମ୍ବର ଜାନୀ ଙ୍କ ନେତୃତ୍ବରେ ପୁଲିସ ଓ ଏନ୍‌ସିସି ସ୍ଵେଚ୍ଛାସେବୀ ମାନେ ନିୟୋଜିତ ରହିଥିଲେ |ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ ଞ୍ଜୟ ବେହେରା ଓ ଅନନ୍ତ ପାତ୍ର ସୁଚାରୁରୂପେ ଶୃଙ୍ଖଳିତ ଭାବେ ୩ ଦିନ ଧରି ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ । ଉଦଯାପିତ ରଜନୀରେ ଭାଇଚାରା ଓ ଭାତୃତ୍ୱ ଭାବନା କଳା ସଂସ୍କୃତି ର ଅପୂର୍ବ ଶିହରଣ ମଞ୍ଚରେ ଦେଖିବାକୁ ମିଳିଥିଲା । ଗୀତର ତାଳେ ତାଳେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ତହସିଲଦାର ଶରତ ଚନ୍ଦ୍ର ନାୟକ ଓ ଆବାହକ ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା ମାନଖୋଲି ମଞ୍ଚ ଉପରେ ନୃତ୍ୟ ପରିବେଷଣ କରିଥିଲେ । ଯାହାକି ଶେଷ ରଜନୀରେ ଉପସ୍ଥିତ ଦର୍ଶକେ ମନଭରି ଉପଭୋଗ କରିଥିଲେ ।