March 11, 2026

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ବାନ

WhatsApp Image 2023-01-12 at 21.01.20
Share

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ବାନ କ୍ରମେ ଓ ଓଡ଼ିଶା ମୋ ପରିବାର ର ଆବାହକ ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଅଠରବାଙ୍କୀ ବିଜୟଚନ୍ଦ୍ର ପୁର ସ୍ବାମୀ ବିବେକାନନ୍ଦ ଇୟୁଥକ୍ଲବ ରେ ବିବେକାନନ୍ଦଙ୍କ ୧୬୦ତମ ଜୟନ୍ତୀ ପାଳିତ । ପ୍ରାପ୍ତ ଖବର ଅନୁଯାୟୀ ଆଜି ହେଉଛି ସ୍ବାମୀ ବିବେକାନନ୍ଦ ଙ ଜୟନ୍ତୀ ଓ ଜାତୀୟ ଯୁବ ଦିବସ। ଏହି ପରିପ୍ରେକ୍ଷୀରେ
ପାରାଦୀପ ଉପକଣ୍ଠରେ ଥିବା ଅଠରବାଙ୍କୀ ବିଜୟଚାନ୍ଦ ପୁର ଠାରେ ବିବେକାନନ୍ଦ ୟୁଥ କ୍ଲବ ଆନୁକୂଲ୍ୟରେ ସ୍ଵାମୀ ବିବେକାନନ୍ଦ ଙ୍କ 160 ତମ ଜୟନ୍ତୀ ବହୁ ଧୁମଧାମରେ ପାଳନ କରାଯାଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ଆୟୋଜିତ ରକ୍ତଦାନ ଶିବିରରେ ବହୁ ଯୁବପ୍ରତିଭା ମାନେ ଯୋଗଦେଇ ସ୍ବେଛାକୃତ ରକ୍ତଦାନ କରିଥିଲେ।ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୋ ପରିବାର ଉପଦେଷ୍ଟା ଡ଼ା ସୁରେନ୍ଦ୍ର ନାଥ ମହାପାତ୍ର ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଆର୍ସଲ ମିତଲର ଅପରେସନ ମୁଖ୍ୟ କେପି ରାଓ ଓ ନୁଆଗଡ ସରପଞ୍ଚ ଦେବେନ୍ଦ୍ର କୁମାର ରାଉତ ଯୋଗଦେଇ ଶିବିରକୁ ପ୍ରଦିପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିବେକାନନ୍ଦ ଇୟୁଥକ୍ଲବ ର ଏଭଳି ପ୍ରୟାସ କୁ ଭୁରି ଭୁରି ପ୍ରଶଂସା କରୁଥିଲେ ଏବଂ ତାସହିତ ଏଭଳି କାର୍ଯ୍ୟ ସହିତ ଯୋଡି ହେବାପାଇଁ ଆଜିର ଯୁବପିଢୀ ଙ୍କୁ ଆହ୍ବାନ କରିଥିଲେ। ଏହି ଶିବିର ରେ 58 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ଥିବାବେଳେ ଏହି କାର୍ଯ୍ୟକ୍ରମ କୁ କ୍ଲବର ସଭାପତି ଜଗନ୍ନାଥ ହାଲଦାର,ସମ୍ପାଦକ ପ୍ରକାଶ ରାୟ ଅଜୟ ମିସ୍ତ୍ରି,ପ୍ରଶାନ୍ତ ପ୍ରଧାନ ,ରାଜେଶ ମଣ୍ଡଳ,ପ୍ରଭାତ,ଦେବ୍ରତ, ଚନ୍ଦନ ସୁକୁଦେଵ ଓ ସମସ୍ତ ସଭ୍ୟ ସହଯୋଗ କରି ଆଜିର ବିବେକାନନ୍ଦ ଙ୍କ ଜୟନ୍ତୀ ଓ ରକ୍ତଦାନ ଶିବରକୁ ସଫଳ କରିଥିଲେ।