October 29, 2026

ବାଲିପଡ଼ା ଠାରେ ଇକୋସ୍ ଚକ୍ଷୁ ହସ୍ପିଟାଲ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

WhatsApp Image 2023-01-12 at 20.02.58
Share

 

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ବାଲିପଡ଼ା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପରିସରରେ ଗୁରୁବାର ପୂର୍ବାହ୍ନ ସମୟରେ ଇକୋସ ଚକ୍ଷୁ ହସ୍ପିଟାଲ ତରଫରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ପାଇଁ ଏକ ଭ୍ରାମ୍ୟମାଣ କ୍ଲିନିକ୍ ବସ୍ ଦ୍ୱାରା ଗ୍ରାମାଞ୍ଚଳର ଲୋକ ମାନେ ମାଗଣାରେ ପରଳ ଓ ଅନ୍ୟାନ୍ୟ ଚକ୍ଷୁ ଜନିତ ରୋଗରେ ପରିକ୍ଷା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଝିଲି ସେଠୀ ଉପସ୍ଥିତ ରହି ୬୨ ଜଣ ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା କରାଯାଇଛି। ଏଥି ମଧ୍ୟରୁ ୭ଜଣଙ୍କୁ ପରଳ ଓ ଅସ୍ତ୍ରୋପଚାର ନିମନ୍ତେ ନିଆଯାଇଛି। ଏଥିରେ ଯୁବ ସମାଜ ସେବକ ଜିତେନ୍ଦ୍ର କୁମାର ସେଠୀ, ସାରଥି ବିଷୋୟୀ, ସାଗର ଗୌଡ଼, ପିଣ୍ଟୁ ଗୌଡ଼, ଗୋବିନ୍ଦ ବିଷୋୟୀ, ସନ୍ତୋଷ ଗୌଡ଼, ସଞ୍ଜୟ ବିଷୋୟୀ, ଜଗା ଜେନା, ଅବିନାଶ ଜେନା, ଦୀପକ ବିଷୋୟୀ, ସାଇରାମ ଗୌଡ଼, ମାନସ ମହାରଣା, ଲିପୁ ବିଷୋୟୀ, ଶଙ୍କର ରାଉତ, କାହ୍ନା ଗୌଡ଼, ରାଜା ସ୍ୱାଇଁ, ସିମାଞ୍ଚଳ ସେଠୀ, ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed