ଘରୋଇ ବସ ଓ ବାଇକ୍ ଧକ୍କା ଦୁଇ ଛାତ୍ର ଙ୍କ ମୃତ୍ୟୁ

ରାମନାଗୁଡା : ( ସଞ୍ଜୀବ କଣ୍ଡାଗରୀ )ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅଧୀନରେ ଥିବା ରାମନାଗୁଡା ଥାନା କଣ୍ଡାଜାମ୍ ନିକଟରେ ସଡକ ଦୁର୍ଘଟଣା ଘଟି ଯାଇଛି | ବାଇକ ଓ କାମଧେନୁ ଘରୋଇ ବସ ମଧ୍ୟରେ ଧକ୍କା ହୋଇଛି। ଘଟଣାସ୍ଥଳରେ ଜଣକ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ରାମନାଗୁଡ଼ା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଦୁଇ ହେଲେ ବାଡିସୋଲା ରେ ଥିବା ଆଦିବାସି କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଥିଲେ। ପରୀକ୍ଷା ଦେବା ପାଇଁ ଗୁଡାରି ଅଞ୍ଚଳ ରୁ ବିଦ୍ୟାଳୟ କୁ ଯାଉଥିଲେ। ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛି | ମୃତ୍ୟୁ ଛାତ୍ର ମାନେ ଗୁଡାରି ତେମ୍ବାଗୁଡା ଗ୍ରାମର ବିଷ୍ଣୁ ଶବର, ଗୁଡାରି ସଉରା ସାହିର ଦେବେନ୍ଦ୍ର ଶବର। ଛାତ୍ର ଦୁଇ ଜଣ ହେଲେ ଯୁକ୍ତ ପ୍ରଥମ ବର୍ଷର ଛାତ୍ର ବୋଲି ଜଣା ପଡ଼ିଛି ।ଏହି ଖବର ପାଇ ରାମନାଗୁଡା ଭାର ପ୍ରାପ୍ତ ଅଧିକାରୀ ସୁନିତା ବେହେରା ଘଟଣା ସ୍ଥଳ କୁ ଯାଇ ଦୁଇ ଛାତ୍ରଙ୍କୁ ରାମନାଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠେଇଥିଲେ। ଦୁଇ ଛାତ୍ର ଙ୍କୁ ଡାକ୍ତର ଖାନା ଅଣାଯିବା ପରେ ଡାକ୍ତର ପଟ୍ଟନାୟକ ମୃତ୍ୟୁ ଘଷଣା କରିଥିଲେ ।
