November 14, 2026

ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ: NSAP ଭତ୍ତା ପ୍ରଦାନ ବ୍ୟବସ୍ଥାରେ ନୂତନ ନିୟମାବଳୀ ଲାଗୁ

IMG-20261112-WA0098
Share

 

*DBT ମାଧ୍ୟମରେ ହିତାଧିକାରୀଙ୍କ ଖାତାକୁ ଯିବ ଭତ୍ତାର ନିର୍ଦ୍ଧାରିତ ଅଂଶ, ଅବଶିଷ୍ଟ ଅର୍ଥ ମିଳିବ ନଗଦ ଆକାରରେ*

 

କୋରାପୁଟ: ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ ବ୍ୟବସ୍ଥାରେ ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ହିତାଧିକାରୀମାନଙ୍କୁ ମିଳୁଥିବା ଭତ୍ତାର ନିର୍ଦ୍ଧାରିତ ଅଂଶ ସିଧାସଳଖ ଲାଭ ହସ୍ତାନ୍ତର (DBT) ମାଧ୍ୟମରେ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ଅର୍ଥ ପୂର୍ବପରି ନଗଦ ଆକାରରେ ପ୍ରଦାନ କରାଯିବ।

 

ଏହି ବ୍ୟବସ୍ଥାରେ କେନ୍ଦ୍ରୀୟ ଅଂଶ SNA-SPARSH DBT ମାଧ୍ୟମରେ ଏବଂ ରାଜ୍ୟ ସରକାରଙ୍କ ଅଂଶ ଗ୍ରାମ ପଞ୍ଚାୟତ ସ୍ତରରେ ନଗଦ ଆକାରରେ ପ୍ରଦାନ କରାଯିବ। ଏହାଦ୍ୱାରା ଭତ୍ତା ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସୁବିଧା ବୃଦ୍ଧି ପାଇବ।

 

ଅକ୍ଟୋବର ମାସର ବକେୟା ଭତ୍ତା ଏବଂ ନଭେମ୍ବର ମାସର ରାଜ୍ୟ ଅଂଶ ଆସନ୍ତା ୨୫ ନଭେମ୍ବର ୨୦୨୬ ତାରିଖରେ ପ୍ରଦାନ କରାଯିବ। ସେହିପରି ଡିସେମ୍ବର ମାସଠାରୁ ପ୍ରତି ମାସର ୧୫ ତାରିଖ ଜନସେବା ଦିବସରେ ନିୟମିତ ଭାବେ ଭତ୍ତା ପ୍ରଦାନ କରାଯିବ।

 

ହିତାଧିକାରୀମାନେ DBT ମାଧ୍ୟମରେ ଅର୍ଥ ପାଇବା ପାଇଁ ନିଜର ବ୍ୟାଙ୍କ ଖାତା ଓ ଆଧାର ସଂଯୋଗୀକରଣ ସମ୍ପର୍କିତ ତଥ୍ୟ ଅଦ୍ୟତନ ରଖିବାକୁ ପରାମର୍ଶ ଦିଆଯାଇଛି।

 

ଏହି ଅବସରରେ କୋରାପୁଟ ପୌରପାଳିକା ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଏସ୍‌ଡିସି ଅଧ୍ୟକ୍ଷ ଭଗବାନ ମୁଦୁଲି, କୋରାପୁଟ ଉପଜିଲ୍ଲାପାଳ ଫାନି ରସିଦ୍ ଏବଂ ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ବହୁ ହିତାଧିକାରୀ ଉପସ୍ଥିତ ଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର l

You may have missed