ଭୟାନକ ଘରପୋଡି ରେ ସର୍ବହରା ହେଲେ ଅଶୋକ ସେଠୀ
=ତିର୍ତ୍ତୋଲ ତା 12/11/ 2026 ତିର୍ତ୍ତୋଲ ବ୍ଲକ ପଟିଲୋ ପଞ୍ଚାୟତ ଅଧିନ ଅଢଙ୍ଗା ଗ୍ରାମରେ ଭୟାନକ ଅଗ୍ନିକାଣ୍ଡ ଯୋଗୁଁ, ଗରିବ ହରିଜନ ନଟବର ସେଠୀ ଙ୍କ ପୁଅ ଅଶୋକସେଠୀ ଙ୍କର ଚାରିବଖରା ଚାଳଘର ପୋଡିପାଉଁଶ ହୋଇଯାଇଛି l ଗତ ବୁଧବାର ରାତି ନଅଟା ବେଳେ, ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଚାରିବଖରା ଘର ହୁ ହୁ ହୋଇ ଜଳିଗଲା l ପଡୋଶୀ ଓ ଗ୍ରାମବାସୀ ମାନେ ପ୍ରାଣପ୍ରାଣେ ଚେଷ୍ଟାକରିଥିଲେ ମଧ୍ୟ ନିଆଁ କୁ ଆୟତ୍ତ କରିପାରିନଥିଲେ l ଘରଭିତରେ ଥିବା ଖଟ, ଟିଭି, ଫିଜ, ଦଶବସ୍ତା ଧାନ, ଚାରିବସ୍ତା ଚାଉଳ, ଚାରିବସ୍ତା ମୁଗ ସହିତ ସମସ୍ତ ଆସବାବପତ୍ର ପୋଡି ଯାଇଥିବା ବେଳେ ବାସନ କୁଶନ ମଧ୍ୟ ନିଆଁ ରେ ଆଉଟି ହୋଇଯାଇଛି l ବିଳମ୍ବରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ରେ ପହଞ୍ଚି, ଅଗ୍ନି ନିର୍ବାପିତ କରିଥିଲେ ମଧ୍ୟ କୌଣସି ଜିନିଷ ପତ୍ର ଉଦ୍ଧାର କରାଯାଇପାରିନଥିଲା l ଚାରିପ୍ରାଣୀ ପରିବାର ସହିତ ଶୀତ କାକର ରେ ପଡ଼ିରହିଛନ୍ତି ବିପନ୍ନ ଅଶୋକ ଓ ପିଲାଛୁଆ l ପିଟିଲୋ ଆର ଆଇ ଘଟଣା କୁ ଯାଇ କ୍ଷୟକ୍ଷତି ର ଆକଳନ କରିଥିବା ବେଳେ, ପଟିଲୋ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଥ, ଯୁବସମାଜସେଵୀ ଯଶୋବନ୍ତ ରାଉତ ଓ ସ୍ଥାନୀୟ ଅଞ୍ଚଳବାସୀ, ବିପନ୍ନ ଅଶୋକ ପାଇଁ ତତ୍କାଳୀନ ସାହାଯ୍ୟ ସହିତ ସରକାରୀ ଆବାସ ଯୋଜନାରେ ଏକ ବାସଗୃହ ଯୋଗାଇ ଦେବାକୁ ଦାବୀ କରିଛନ୍ତି l ବିଶେଷକରି କୌଣସି ସ୍ବେଛାସେବୀ ଅନୁଷ୍ଠାନ ବିପନ୍ନ ଅଶୋକ କୁ ଆଶୁ ସାହାଯ୍ୟ ସହଯୋଗ କରିବାପାଇଁ ମଧ୍ୟ ସେମାନେ ନିବେଦନ କରିଅଛନ୍ତି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
