ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନମେଳା ଅନୁଷ୍ଠିତ..


ବେଗୁନିଆ(ଉପାନ୍ତ ଖବର ମାନସ ରଞ୍ଜନ କର)ତା 12/11 (ନି. ପ୍ର.): ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପି ଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଦିନ ରାଷ୍ଟ୍ରୀୟ ଆବିଷ୍କାର ଅଧୀନସ୍ଥ ବିଜ୍ଞାନ ମେଳା ଏବଂ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟତ୍ରୀ ସ୍ମୃତିସ୍ମିତା ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସାରୁଅ ସ୍ଥିତ ପଞ୍ଚପଲ୍ଲୀ ବାଉତୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ୍ୱର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉକ୍ତ ମେଳା କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ସରକାରୀ ଉଚ୍ଚ ବିଦ୍ୟାଳୟ, ବେଗୁନିଆ ର ତନ୍ମୟ କୁମାର ଖୁଣ୍ଟିଆ ଯୋଗଦାନ କରିଥିଲେ। କନିଷ୍ଠ ଓ ବରିଷ୍ଠ ବିଭାଗରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧୀନରେ 14ଟି ବିଜ୍ଞାନ ପ୍ରକଳ୍ପ ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ରେ 7ଟି ଉପ ବିଷୟବସ୍ତୁ ଉପରେ 76ଟି ମୋଟରେ ବିଜ୍ଞାନ ପ୍ରକଳ୍ପ ଛାତ୍ରଛାତ୍ରୀ ପ୍ରଦର୍ଶନ କରିଥିଲେ।
ଶିକ୍ଷକ ସୌମ୍ୟ ରଞ୍ଜନ ସାହୁ, ଅଜିତ କୁମାର ପୁରୀ, ମାର୍ଗଦର୍ଶିକା ଶିକ୍ଷୟତ୍ରୀ ସସ୍ମିତା ସାହୁ, ମୋହିନୀ କାନ୍ତି ଦାସ, ରିସ୍ମା ରଶ୍ମି ପାଇକରାୟ, ଲଷ୍ମୀପ୍ରିୟା ତ୍ରିପାଠୀ, ଶୁଭସ୍ମିତା ସାହୁ ଙ୍କ ମାର୍ଗଦର୍ଶନରେ ବିଦ୍ୟାର୍ଥୀ ମାନେ ପ୍ରକଳ୍ପ କରିଥିଲେ। ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ମୁଖ୍ୟ ଅତିଥି, ସମାଜସେବୀ ବିଶ୍ୱରଞ୍ଜନ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟର ଉପଦେଷ୍ଟା ରାମମାନସ ପଣ୍ଡା, ମୁଖ୍ୟ ବକ୍ତା, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଶିବ କୁମାର ମୁନି ଏବଂ ପଞ୍ଚସଖା ଶିକ୍ଷାସେତୁ ସଂଗଠନର ଅଧ୍ୟକ୍ଷ ମାୟାଧର ମାର୍ଥା, ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଶିକ୍ଷକ ହିମାଂଶୁ ଭୂଷଣ ସ୍ୱାଇଁ ସ୍ୱାଗତ ଭାଷଣ, ସୂର୍ଯ୍ୟକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ଆଶା ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଶ୍ରୀକାନ୍ତ ପଣ୍ଡା, ପ୍ରଭାତ କୁମାର ନିଶଙ୍କ, ବିରଞ୍ଚି ନାରାୟଣ ସାହୁ ଓ ବିଶ୍ୱରଞ୍ଜନ ପରିଡା ସହଯୋଗ କରିଥିଲେ। ପ୍ରତି ବିଭାଗର କୃତୀ ପ୍ରତିଯୋଗୀଙ୍କୁ ଅତି ଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ ହୋଇଥିଲା।
