April 24, 2026

କୁଟୁଣିପଦରରୁ ଶୁଭାରମ୍ଭ ହେଲା ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ – ୨୦୨୫ ଆଦିବାସୀ ନୃତ୍ୟ ଓ ବାଜା ସହ ଦୁଲୁକିଲା କୁଟୁଣିପଦର

WhatsApp Image 2025-11-12 at 7.56.05 PM
Share

ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ- ୨୦୨୫ର ଶୁଭାରମ୍ଭ ହୋଇଯାଇଛି। ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁଟୁଣିପଦରରୁ ସହସ୍ର ଶିବଲିଙ୍ଗ ମନ୍ଦିରରୁ ପୂଜାର୍ଚ୍ଚନା ହେବା ପରେ ପରବ ମଶାଲକୁ ପ୍ରଜ୍ଜ୍ଵଳିତ କରି ମନ୍ଦିରରୁ ଏକ ବିରାଟ ମଶାଲ ଶୋଭାଯାତ୍ରାରେ ବାହାରି ଉଦ୍ଘାଟନୀ ଉତ୍ସବ ମଞ୍ଚ ନିକଟକୁ ଆସିଥିଲେ ।ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା। କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କୋଟପାଡ ବିଧାୟକ ରୂପୁ ଭତ୍ରା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।କୋରାପୁଟ ଜିଲ୍ଲାପାଳ ପରବ ଶପଥ ପାଠ କରାଇଥିଲେ। ଏହି ଅବସରରେ ପରବ ପୋଷ୍ଟର ଓ ଷ୍ଟିକର ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ମଞ୍ଚାସିନ ଅତିଥି ମାନେ ପରବର ଗୌରବ ଗାଥା ସମ୍ପର୍କରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।ଉତ୍ସବ ମାଧ୍ୟମରେ ଜିଲ୍ଲାର ଲୁକ୍କାୟିତ ପ୍ରତିଭା କୁ ଏକ ମଞ୍ଚ ଦେଇ ତାକୁ ଉଚିତ ମାର୍ଗ ଦର୍ଶନ କରିବା ଉଦ୍ଦେଶ୍ୟରେ ୧୯୯୬ ରେ ଆରମ୍ଭ କରାଯାଇଥିବା ପରବ ଆଜି ଅନେକ ଦିଗରେ ସଫଳତା ଆଣିଦେଇଛି ବୋଲି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତାଓ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ଅଧ୍ୟକ୍ଷା ଶୁଆଇ କୁଲେସିକା,ଉପାଧ୍ୟକ୍ଷ ଆରତୀ କୁଲଦୀପ,କୁସୁମଗୁଡା ସରପଞ୍ଚ ଇନ୍ଦ୍ର ପାଞ୍ଜିଆ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଓ ଝିନ୍ ହିକକା ଏବଂ କୋରାପୁଟ ଓ ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ୍ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ଏବଂ ଲକ୍ଷ୍ମୀପୁର ବିଡିଓ ସବ୍ୟସାଚୀ ବେହେରା ଓ ବ୍ଲକ କର୍ମଚାରୀ ମାନେ ଯୋଗଦେଇ ପରିଚାଳନା କରିଥିଲେ। ଆଦିବାସୀ ସଙ୍ଗୀତର ତାଳେ ତାଳେ ପ୍ରାଶାସନିକ ଅଧିକାରୀ ଏବଂ ବିଧାୟକ ମାନେ ନାଚୁଥିବାର ଦେଖିବାକୁ ମିଳିଥିଲା। ଅତିଥି ମାନଙ୍କ ଦ୍ଵାରା ପ୍ରଦର୍ଶନୀ ମେଳା ଉଦଘାଟନ କରାଯାଇଥିଲା।
ଏଥି ପୂର୍ବରୁ ଆଜି ସକାଳେ କୋରାପୁଟ ନିଶାଣୀମୁଣ୍ଡା ଠାରେ ଗ୍ରାମଦେବୀ ଙ୍କ ନିକଟରେ ପୂଜାର୍ଚନା କରି ପରବ ଆୟୋଜନ କମିଟିର ସଦସ୍ୟମାନେ ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ,ଜିଲ୍ଳା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed