ଗଜପତି ଜିଲ୍ଲାର ରାୟଗଡ ଠାରେ ଆର.ଏସ.ଏସର ଶତାବ୍ଦୀ ବର୍ଷ ଅବସରରେ ଯୁବ ସମ୍ମିଳନୀ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୨/୧୧(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦରମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘର ଶତାବ୍ଦୀ ବର୍ଷ ଅବସରରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଜିଲ୍ଲା ସଙ୍ଘ ଚାଳକ ରାଧାକୃଷ୍ଣ ଜାନି , ମୁଖ୍ୟବକ୍ତା ଭାବେ ଓଡିଶା ପ୍ରାନୁ ମହାବିଦ୍ୟାଳୟ ପ୍ରମୁଖ ମନୋରଞ୍ଜନ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ସଂଘ ସହ ବିଭାଗ କାର୍ଯ୍ୟ ବାହ ଜୁରିଆ ଜାନି ଓ ଯୁଧିଷ୍ଠିର ସାହୁ ପ୍ରମୁଖ ଯୋଗଦେଇ ଭାରତରେ ସଙ୍ଘର କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖୁଥିଲେ । ସେହିପରି ଗଞ୍ଜାମ ବିଭାଗ ସହ ବିଭାଗ କାର୍ଯ୍ୟବାହ ଜୁରିଆ ଜାନି ନିଜ ବକ୍ତବ୍ୟରେ “ନୂଆ କରି ନୂଆ ଭାରତ ଆମେ ଗଢିବା ” ଲକ୍ଷକୁ ପୂରଣ କରିବାର ସଂକଳ୍ପ ନେବାପାଇଁ ଯୁବକମାନଙ୍କୁ ପରାମର୍ଶ ଦେଇଥିଲେ ।
ଏଥିରେ ଅନ୍ୟତମ ଅତିଥ୍ ଭାବେ ଜିଲ୍ଲା କାର୍ଯ୍ୟବାହ ରବୀନ୍ଦ୍ର ଭୂୟାଁ, ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ପ୍ରସାଦ ଘଡ଼ାଇ, ଖଣ୍ଡ ସଙ୍ଘ ଚାଳକ ନରେଶ ଶବର, ଜିଲ୍ଲା ବୌଦ୍ଧିକ ପ୍ରମୁଖ ରାମଚନ୍ଦ୍ର ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକର ବିଭିନ୍ନ ଗ୍ରାମରୁ କୃଷକ,ବ୍ୟବସାୟୀ ମିଶି ୧୬୦ ଜଣ , ବିଦ୍ୟାର୍ଥି ୧୩୦ ଜଣଙ୍କ ସହ ମୋଟ ପ୍ରାୟ ୩୫୦ ଜଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମକୁ ଖଣ୍ଡ କାର୍ଯ୍ୟବାହ ଭୀମ ଶବର ପରିଚାଳନା କରିଥିଲେ
