March 12, 2026

ଗଜପତି ଜିଲ୍ଳାର ଆର ଉଦୟଗିରି ଥାନା ଅଂଚଳରେ ବଡ଼ଭାଇଙ୍କୁ ଛୁରାଭୂଷି ହତ୍ୟା କଲା ସାନଭାଇ

IMG-20251112-WA0040
Share

 

 

ପାରଳାଖେମୁଣ୍ଡି:୧୨/୧୧(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ରେବିଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି. ବଡ଼ଭାଇକୁ ସାନ ଭାଇ ଛୁରା ମାଡ଼ କରି ହତ୍ୟା କରିଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅଜ୍ୟମ ଦଳବେହେରା ବୋଲି ସୂଚନା ରହିଛି। ବଡ ଭାଇ ଅଜ୍ୟମ ଓ ସାନଭାଇ ସୁଦିପ ଦଳବେହେରାଙ୍କ ମଧ୍ୟରେ କୌଣସି କରଣରୁ ଝଗଡା ହୋଇଥିଲା। ପରେ ଏକେଲା ଥିବାର ସୁଯୋଗ ନେଇ ବାଥରୁମରେ ସାନ ଭାଇ ଏକ ଛୁରା ମାଧ୍ୟମରେ ବଡ଼ ଭାଇଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ସୂଚନା ପାଇବା ପରେ ଘଟଣା ସ୍ଥଳରେ ଆର ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ପଠାଇ ଦେଇଛନ୍ତି। ଅନ୍ୟପଟେ ହତ୍ୟାକାରୀ ସାନଭାଇ ଫେରାର ହୋଇ ଯାଇଥିବା ଜଣା ପଡିଛି. ଘଟଣା ନେଇ ଆର. ଉଦୟଗିରି ଥାନାରେ ମକଦ୍ଦ୍ୱମା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି.

You may have missed