April 27, 2026

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା 

IMG-20251112-WA0016
Share

ପଡ଼ିଆ: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର କଲ୍ୟାଣ ମଣ୍ଡପ ପରିସରରେ ସୋମବାର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଅଛି । ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ସୁଦାମ କୁମାର ସାହୁଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ପି. ଭେଙ୍କଟେଶ୍ଵର ରାଓ ଯୋଗଦେଇଥିବା ବେଳେ ମୁଖ୍ୟ ଭକ୍ତା ଭାବେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଗଗନ ଚରଣ ନାୟକ , ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ କଲ୍ୟାଣ ବିଶ୍ଵାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଧାଂଶୁ କୁମାର ମଲ୍ଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନୀ କୁମାର ମହାପାତ୍ର, ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ବିଧାୟକ ପ୍ରତିନିଧି ମନଦୀପନ ରାଏ ପ୍ରମୁଖ ଉପସ୍ଥିତ ଥିଲେ । ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମେତ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀ କରାଯିବା ସହ ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ଯୋଜନା ବିଷୟରେ ବିଶେଷଜ୍ଞଙ୍କ ଦ୍ବାରା ସଚେତନତା କରାଯାଉଥିଲା । ମାସ ଚାଷ ଏବଂ ଛେଳି, କୁକୁଡ଼ା, ଗୋପାଳନ କରି ଉପକୃତ ହୋଇଥିବା ୭ ଜଣ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଏମ୍ ଭି-୬୧ ଗ୍ରାମର କୁକୁଡ଼ା ଚାଷୀ ଶ୍ୟାମଳ ପାଟ୍ରି, ମାଛ ଚାଷୀ ପଡ଼ିଆ ସନା କଵାସୀ, ଛେଳି ଚାଷୀ ନିଲିଗୁଡା ଗ୍ରାମର ଚିତ୍ତରଞ୍ଜନ ପଡିଆମୀ , ଛେଳି ପାଳନ ପାଇଁ ପଡ଼ିଆର ଲକ୍ଷ୍ମୀବାଇ ମହିଳା ଗୋଷ୍ଠୀ, ମାଛ ଚାଷ ପାଇଁ ଦେବେ ମାତି, ଏମ୍ ଭି-୫୮ ଗ୍ରାମର ରାଖାଲ ଵାରୋଇଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ପୁରସ୍କୃତ କରାଯାଇଥିଲା । ମେଳାରେ ଚାଷୀମାନଙ୍କ ମନୋରଞ୍ଜନ ପାଇଁ ଆଦିବାସୀ ନୃତ୍ୟ ସହ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା ।