ଉମରକୋଟ ଠାରେ ସାଇବର ଠକେଇ ଜନ ସଚେତନତା କାର୍ଯ୍ୟକ୍ରମ……..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ପୋଲିସ ବିଭାଗ ପକ୍ଷରୁ ସାଇବର ଠକେଇ ଜନ ସଚେତନତା କାର୍ଯ୍ୟକ୍ରମ।ସାଇବର ଅପରାଧ ରାଜ୍ୟ ରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ଜନ ସଚେତନତା ର ବହୁଳ ଆବଶ୍ୟକତା ରହିଥିବାରୁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା ଅଭିମୁଖୀ ଅଭିଯାନ। ଏହି କ୍ରମ ରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ବିଭାଗ ପକ୍ଷରୁ ଆଜି ଏକ ସାଇକେଲ ରାଲି ମାଁ ପେଣ୍ଡ୍ରାଣୀ ମନ୍ଦିର ରୁ ବାହାରି ସହର ର ସମସ୍ତ ୱାର୍ଡ କୁ ଯାଇ ଲୋକଙ୍କୁ ସଚେତନ କରାଯାଇଥିଲା! ସାଇବର କ୍ରାଇମ ର ଅଭିଯୋଗ କରିବା ପାଇଁ ୧୯୩୦ ହେଲ୍ପ ଲାଇନ ନମ୍ବର ଜାରୀ କରାଯାଇଛି। ସାଇବର କ୍ରାଇମ ଠାରୁ ଦୁରେଇ ରହିବା ସହ ସତର୍କତା ମୂଳକ ପଦକ୍ଷେପ କିପରି ଗ୍ରହଣ କରିବେ ସେ ନେଇ ଜନ ସଚେତନତା ସହ ଜନ ସହଯୋଗୀତା ଦ୍ଵାରା କିପରି ଏହାକୁ ରୋକାଯିବ ସେ ନେଇ ସାଇକେଲ ରାଲି ଜରିଆରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କଲେଜ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏମ ସୁନୀଲ ସମ୍ପତ୍ତ, ନବରଙ୍ଗପୁର ଡ଼ିଏସପି ସୁଶ୍ରୀ ସରୋଜ କିସପତ୍ତା,ଉମରକୋଟ ଏସଡିପିଓ ସୂବେନ୍ଦୁ ଶବର, ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ, ଉମରକୋଟ ଥାନା ଅଧିକାରୀ ରମାକାନ୍ତ ସାଇ, ଏସ ଆଇ ଶିବଜି ପଣ୍ଡା,ଅକ୍ଷୟ ମିଶ୍ର,ଏ ଏସ ଆଇ ବିଶ୍ୱରଂଜନ ପାଢ଼ୀ, ନରେନ୍ଦ୍ର ଗୋଲାପୀ ଏବଂ ସମସ୍ତ ଥାନା କର୍ମଚାରୀ, ସ୍ଥାନୀୟ ବୁଦ୍ଧିଜୀବୀ ଯୋଗ ଦେଇଥିଲେ!
