ମା ‘ ସହ ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ
ମା ‘ ସହ ଦୁଇ ଶିଶୁ କନ୍ୟା ମୃତ୍ୟୁ ଘଟଣା,୨- ସ୍ବାମୀ ଗିରଫ ହେବା ସହ ଗଲେ ଜେଲ,୩- ଅନ୍ୟ ଅଭିଯୁକ୍ତ ଫେରାର,୪- ଅଭିଯୋଗ ଆଣିଲେ ମୃତ ପାରିବାର ର ଭାଇ ମାଧବ ପାତ୍ର,୫- କେବେ ଗିରଫ ହେବେ ଅନ୍ୟ ଅଭିଯୁକ୍ତ,୬- ଏ ନେଇ ରାସ୍ତା ଅବରୋଧାଉ କଲେ ଗ୍ରାମବାସୀ,୭- ଖବର ପାଇ ଆସିଲା କୁଜଙ୍ଗ ପୋଲିସ୍,୮- ବୁଝା ଶୁଝା କରିବା ସହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଅଭିଯୁକ୍ତ ଙ୍କୁ ଗିରଫ କରିବି, କହିଲେ କୁଜଙ୍ଗ iic ରଶ୍ମୀରଂଜନ ଦାସ ୯- iic ଙ୍କ କଥା ମାନି ଅବରୋଧ ରୁ ଉଠିଲେ ଗ୍ରାମବାସୀ,୯୦- ୩ ଦିନ ମଧ୍ୟରେ ଅଭିଯୁକ୍ତ ଗିରଫ ନ ହେଲେ ଥାନା ଘେରାଉ ସହ ହେବ ତୀବ୍ର ବିରୋଧ । ଏଭାଲି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଧିନ ଚଟୁଆ ପଞ୍ଚାୟତର ପନ୍ଦରକଟା ଗ୍ରାମ ରେ ଗତ ୭ତାରିଖ ରେ ଲମ୍ବୋଧର ଙ୍କ ପତ୍ନି ସୁଭଦ୍ରା ପରିଡାଙ୍କୁ ଝୁଲନ୍ତା ଅବସ୍ଥାରେ ବାରିପଟେ ପୋଖରୀ ହୁଡ଼ା ରେ ଥିବା ବାଉଁଶ ଗଛରୁ ଉଦ୍ଧାର କରାଯାଇଥିବା ସହ ତାଙ୍କ ଦିଇ ଶିଶୁକନ୍ୟା ମୋନାଲିସା ୪ବର୍ଷ ଓ ସମ୍ପୂର୍ଣ୍ଣା ୨ବର୍ଷ ଙ୍କ ମୃତ ଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା। ଏ ଘଟଣାକୁ ନେଇ ମୃତ ସୁଭଦ୍ରା ଙ୍କ ଭାଈ ମାଧବ ପାତ୍ର ତାଙ୍କ ଭଉଣୀ ଓ ଦୁଇ ଭାଣିଯି ଙ୍କୁ ହତ୍ୟା କରାଯାଇଥିବା ନେଇ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କୁଜଙ୍ଗ ପୋଲିସ୍ ଅଭିଯୁକ୍ତ ସ୍ବାମୀ ଲମ୍ବୋଧର କୁ ଗିରଫ କରି ଜେଲ୍ ପଠାଇଥିବା ବେଳେ, ଶାଶୁ, ଶଶୁର ଓ ନଣନ୍ଦଙ୍କୁ ପୋଲିସ୍ ଗିରଫ କରିବା ଦାବିରେ ପୋଖରିଆପଡ଼ା ନିକଟସ୍ଥ ଜନାର୍ଦ୍ଦନ ପୁର ଗ୍ରାମର ଶତାଧିକ ଲୋକେ କୁଜଙ୍ଗ – ବାଲିତୁଠ ରାସ୍ତା ଅବରୋଧ କରିଥିଲେ। ଖବର ପାଇ କୁଜଙ୍ଗ ଥାନା ଅଧିକାରୀ ରଶ୍ମୀରଂଜନ ଦାଶ ଘଟଣାସ୍ଥଳ ରେ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବା ସହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୋଷୀମାନଙ୍କୁ ଗିରଫ କରାଯିବ ବୋଲି କହିବା ପାରେ ରାସ୍ତା ଅବରୋଧ ହଟିଥିଲା। ଅନ୍ୟ ପଟେ ପୋଲିସ୍ ଜାଣି ଶୁଣି ଅଭିଯୁକ୍ତ ଙ୍କୁ ଛାଡ଼ିଦେଇଥିବା ଓ ଅନ୍ୟ ଅଭିଯୁକ୍ତ ଙ୍କୁ ଗିରଫ ନ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତ ମହିଳା ଙ୍କ ଭଉଣୀ ଶୁଭଶ୍ରୀ ପାତ୍ର ଓ ଗ୍ରାମବାସୀ। ଆଗାମୀ ୩ ଦିନ ଭିତରେ ଆସାମୀ ମାନଙ୍କୁ ଗିରଫ କରା ନ ଗଲେ ତୀବ୍ର ବିରୋଧ ସହ କୁଜଙ୍ଗ ଥାନା ଘେରାଉ ହେବ ବୋଲି ମୃତ ମହିଳା ଙ୍କ ପାରିବାର ସହ ଗ୍ରାମବାସୀ ପ୍ରକାଶ କରିଥିଲେ। ଏଠି ଅନେକ ପ୍ରଶ୍ନ ଉଠେ ମା ‘ ନିଯେ ଜନ୍ମ ଦେଇଥିବ ଭିନ୍ନକ୍ଷମ ଦୁଇ କନ୍ୟା ଶିଶୁଙ୍କୁ ମାରି ପୋଖରୀକୁ ଫୋପାଡି ନିଜେ ବାଉଁଶ ଗଛରେ ରାଶି ଲଗାଇ ଆତ୍ମହତ୍ୟା କରିବା କେତେ ଦୂର ସତ ତାହା ସର୍ବସାଧାରଣ ପ୍ରଶ୍ନ ଉଠୁଛି। (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )