June 29, 2024
Share

*╭─────────────────────╮*
*🌄ସକାଳର ଖବର, ୧୨-ଅକ୍ଟବର -୨୦୨୩, ଗୁରୁବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଲୋକସେବା ଭବନରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ୨ ଲକ୍ଷ ମା’ ସ୍କୁଟର ଚଢ଼ିବେ l ଋଣରେ ଦିଆଯିବ, ସୁଧ ଖର୍ଚ୍ଚ ସରକାର ବହନ କରିବେ l ପ୍ରଥମ ପର୍ଯ୍ୟାୟରେ ସ୍କୁଟର ପାଇଲେ ୧୫ ହଜାର ମା’ l

➡️୨-ଦଶହରା ଅବସରରେ ମାଆଙ୍କ ରଥଯାତ୍ରାକୁ ନେଇ ଚଳଚଂଚଳ ଶକ୍ତି ପୀଠ ବିରଜା କ୍ଷେତ୍ର । ୯ ଦିନର ରଥଯାତ୍ରା ଦେଖିବାକୁ ଲାଗିବ ହଜାର ହଜାର ଭକ୍ତଙ୍କ ଭିଡ l

➡️୩-ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ୍ ଅଜୟ, ଆରମ୍ଭ କଲେ କେନ୍ଦ୍ର ସରକାର । ଇସ୍ରାଏଲରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ l

➡️୪-ହକି ତାରକା ଅମିତ ରୋହିଦାସ ଏବଂ ଦୀପ ଗ୍ରେସ ଏକ୍କାଙ୍କୁ ସମ୍ୱର୍ଦ୍ଧିତ କରିବା ସହ ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୫-ଆସନ୍ତା ୨୧ତାରିଖରେ ‘ଗଗନଯାନ’ର ଟିଭି-ଡି୧ର ହେବ ଉତ୍‌କ୍ଷେପଣ l ‘ବ୍ୟୋମମିତ୍ର’ ସହ ପରୀକ୍ଷଣ ଯାନର ମହାକାଶ ହେବ ଉଡାଣ l

➡️୬-ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୮ଟି ଅଚିହ୍ନା ମୃତଦେହର ସରିଲା ଅନ୍ତିମ ସଂସ୍କାର ।

➡️୭-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ ମେରା ଯୁବା ଭାରତ (MY Bharat) ପ୍ରତିଷ୍ଠାକୁ ମିଳିଲା ମଞ୍ଜୁରି l

➡️୮-ଚାଲିଛି ଷୋଡ଼ଶ ଉପଚାର ପୂଜା, ଷଷ୍ଠ ଦିନରେ ମାତଙ୍ଗୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକଚଣ୍ଡୀ l

➡️୯-ସମ୍ବଲପୁରରେ ଚାରିଆଡେ ଚାଲିଛି ଚକଡା ପୋକର ଆତଙ୍କ । ସରକାରୀ ଓ ବେସରକାରୀ ଔଷଧ କାମ କରୁନଥିବା ଆସିଲା ଅଭିଯୋଗ l

➡️୧୦-‘ରାମାୟଣ’ରେ ହନୁମାନ ହୋଇ ଗଦା ଉଠାଇବେ ସନ୍ନି ଦେୱାଲ , କନଫର୍ମ କଲେ ଅଭିନେତା l ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରର ସୁଟିଂ ଫେବୃଆରୀ ୨୦୨୪ ମାସରୁ ଆରମ୍ଭ ହେବ। ଫିଲ୍ମ ଟି ୨୦୨୫ ସୁଦ୍ଧା ବଡ ପରଦାରେ ମୁକ୍ତିଲାଭ କରିବ l

➡️୧୧-ପୁଣି ଚିନି ରପ୍ତାନୀରେ ଲାଗିବ ରୋକ । କମ୍ ଅମଳ ପାଇଁ ରପ୍ତାନୀ ବନ୍ଦ କରିବାକୁ ସରକାର ନେଇ ପାରନ୍ତି ନିଷ୍ପତ୍ତି । ଏନେଇ ଖୁବଶୀଘ୍ର ଘୋଷଣା ହୋଇପାରେ l

➡️୧୨-ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଦେଲା ଚେତାବନୀ, ଯଦି ‘ଇସ୍ରାଏଲ-ହମା‌ସ ଯୁଦ୍ଧ‌ରେ ଆମେରିକା ହସ୍ତକ୍ଷେପ କଲେ ତାହାଲେ ପରିଣାମ ଭୋଗିବ’ l

➡️୧୩-ଆସନ୍ତା ନଭେମ୍ବର ୩୦ରେ ଅନୁଷ୍ଠିତ ହେବ ତେଲେଙ୍ଗାନା ବିଧାନସଭା ନିର୍ବାଚନ। ବିଭିନ୍ନ ସ୍ଥାନରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରଖଯାଇଥିବା ନଗଦ ୫.୧ କୋଟି ଟଙ୍କା, ୭ କେଜିରୁ ଅଧିକ ସୁନା ଯାହାର ଦାମ ୪.୨ କୋଟି ଟଙ୍କା ଓ ୧୧୦ ଲିଟର ମଦ ହେଲା ଜବତ l

➡️୧୪-ବିହାରରେ ପୁଣି ଟ୍ରେନ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ନର୍ଥ-ଇଷ୍ଟ ଏକ୍ସପ୍ରେସର ୩ ବଗି। ରେଲଓ୍ବେ ତରଫରୁ ହେଲ୍ପଲାଇନ ନମ୍ବର ହେଲା ଜାରି l

➡️୧୫-ଇସ୍ରାଏଲ ଏବଂ ହାମାସ ଯୁଦ୍ଧ : ପାଲେଷ୍ଟାଇନରେ ଫସି ରହିଥିବା ନାଗରିକଙ୍କ ପାଇଁ ଭାରତ ସରକାର ଜାରି କଲେ ହେଲ୍ପଲାଇନ l ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟମାନେ ସେଲଫୋନ୍ ମାଧ୍ୟମରେ ୦୫୯୨୯୧୬୪୧୮ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ +୯୭୦୫୯୨୯୧୬୪୧୮ ରେ ସମ୍ପର୍କ କରି ସାହାଯ୍ୟ ମାଗିପାରିବେ ।

➡️୧୬-ଇସ୍ରାଏଲ ବାୟୁସେନା ବିମାନ ଆକ୍ରମଣରେ ଗାଜା ଇସ୍ଲାମିକ ୟୁନିଭର୍ସିଟି ଧ୍ୱଂସ୍ତ, କହିଲା- ଥିଲା ହମାସର ଆଡ୍ଡା l

➡️୧୭-ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଦିନ ହୋଇଥିବା ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୪ ହଜାର ଟପିଥିବା ବେଳେ ଆଜି ପୁଣି ଆଉଥରେ ହେଲା ଭୂକମ୍ପ, ଭୂକମ୍ପର ତୀବ୍ରତା ୬.୩ ରହିଛି।

➡️୧୮-ଭାରତ-ପାକିସ୍ତାନ ମ୍ୟାଚ୍‌ ବେଳେ ଷ୍ଟାଡିୟମକୁ ବୋମାରେ ଉଡାଇବାକୁ ଧମକ ଦେଇଥିବା ବ୍ୟକ୍ତି ହେଲା ଗିରଫ l ସେ ମଧ୍ୟପ୍ରଦେଶ ଧାର ଜିଲାର ବାସିନ୍ଦା।

➡️୧୯-ବିଶ୍ୱକପ୍‌ରେ ଭାରତର ବିରାଟ ବିଜୟ, ଆଫଗାନିସ୍ତାନକୁ ୮ ୱିକେଟରେ ହରାଇଲା ଟିମ୍‌ ଇଣ୍ଡିଆ l ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ଆଫଗାନିସ୍ତାନ ଧରାଶାୟୀ, ୧୫ ଓଭର ପୂର୍ବରୁ ମ୍ୟାଚ ଜିତିଲା ଭାରତ l

➡️୨୦-ରୋହିତଙ୍କ ଏକାଧିକ ରେକର୍ଡ: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା, ବିଶ୍ବକପ୍‌ରେ କଲେ ସର୍ବାଧିକ ଶତକ l