September 13, 2026

ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଏକଦିବସୀୟ ପ୍ରାକୃତିକ କାରୁକଳା ଶିବିର ଅନୁଷ୍ଠିତ..

IMG-20260912-WA0002
Share

 

ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଆଜି ଓଡ଼ିଶା କଲେଜ ଅଫ୍ ଆର୍ଟ୍ ଆଣ୍ଡ କ୍ରାଫ୍ଟସ୍,ନୂଆପାଟଣା , ଗୋରୁଆଳ,ପୁରୀ ଠାରେ “Capacity Building Programme – Natural Crafts and Eco-Friendly Initiative” ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମଟି

Implementing Agency – EEP (Environment Education Programme) ଏବଂ Centre for Environmental Studies (CES) ଙ୍କ ମିଳିତ ସହଯୋଗରେ ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଜାଇଅଛ।

ଏହି ଏକଦିବସୀୟ ପ୍ରଶିକ୍ଷଣରେ ୫୦ ଜଣ ସରକାରୀ ଉଚ୍ଚବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାଟି ତଥା ପ୍ରାକୃତିକ ଉପାଦାନକୁ ବ୍ୟବହାର କରି ପରିବେଶ ଅନୁକୂଳ ହସ୍ତଶିଳ୍ପ ଓ ସୃଜନଶୀଳ କାର୍ଯ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।

ଏଥିରେ ଆଗକୁଥିବା ଗଣେଷ ପୂଜା କୁ ଲକ୍ଷ କରି ମାଟି ର ଗଣେଷ, କପଡ଼ା, ବିଭିନ୍ନ ପ୍ରକାରର ଶସ୍ୟ ଓ ବୀଜ, କାଗଜ ଓ ପତ୍ର, ଦ୍ୱାରା ନିର୍ମିତ ନୂତନ କୌଶଳ ର ମୂର୍ତ୍ତିମାନ କଳା ମହାିବିଦ୍ୟାଳୟର ଅଧ୍ୟାପକ ମାନଙ୍କ ଦ୍ୱାରା ଶିକ୍ଷକ ମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ସକାଳ ୧୧ଟା ରୁ ଅପରାହ୍ନ ୫ ଘଣ୍ଟିକା ପର୍ଯ୍ୟନ୍ତ ଚାଲିରହିଥିଲା। ଅତିଥିରୂପେ CES ର coordinator ଶ୍ରୀଯୁକ୍ତ ପ୍ରଭାତ ଦାସ୍ ,CES ର ସୂଚନା ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ ନାୟକ ଯୋଗଦାନ କରିଥିଲେ। ମହାବିଦ୍ୟାଳୟ ର ଅଧକ୍ଷ ଡକ୍ଟର ଦୁର୍ଗା ମାଧବ କର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥ ଙ୍କ ନିକଟରେ ପ୍ରଦିପ ପ୍ରଜଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ଏଥିରେ କଳା ପ୍ରଶିକ୍ଷକ ଅଧ୍ୟାପକ ଉଦ୍ଧବ କୁମାର ନାୟକ, ଅନନ୍ତ କୁମାର ପ୍ରଧାନ, କେଶବ ନାୟକ, ତୃପ୍ତିରେଖା ମିଶ୍ର ପ୍ରମୁଖ ଶିକ୍ଷକ ମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ଏଥିରେ ଭବାନୀ ଶଙ୍କର ତ୍ରୀପାଠୀ ଓ ଅନ୍ତିମ ବର୍ଷ ର ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ ପରିଶେଷରେ ଶିକ୍ଷକ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ଓ ଓଡ଼ିଆ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦୁର୍ଗା ମାଧବ କର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ