କୋଡ଼ିଂଗା ମଳି ଖଣି ଖନନ କୁ ନେଇ ବିରାଟ ଜନ ସମାବେଶ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେ କୋଡ଼ିଙ୍ଗାମାଳି ପାହାଡ ରୁ ବକ୍ସାଇଟ ଖଣି ଖନନ ବନ୍ଦ କରିବା ଦାବିରେ ବିଭିନ୍ନ ସଙ୍ଗଠନ ତରଫରୁ ରାୟଗଡ଼ା ଜିଲ୍ଲା ଓ କୋରାପୁଟ ଜିଲ୍ଲାରୁ 4 ହଜାର ଲୋକଙ୍କ ବିରାଟ ରାଲି ଆୟୋଜନ କରାଯାଇଛି। ଶିଳ୍ପ ନାହିଁ ତ ଖଣି ନାହିଁ ଏହି ଦାବିରେ ଏହି ରାଲୀ ଆୟୋଜନ କରାଯାଇଛି ।କୋଡିଙ୍ଗାମାଳିଖଣି ଖନନ ପାହାଡରୁ ବେଦାନ୍ତ ପ୍ରକଳ୍ପକୁ ଶାଗମାଛ ଦରରେ ବକ୍ସାଇଟ ଯୋଗାଇ ଦିଆଯାଉଛି। ଆଜକୁ 8 ବର୍ଷ ହେବ ବେଦାନ୍ତ କମ୍ପାନୀ ସ୍ଥାନୀୟ ଅଞ୍ଚଳର ଉନ୍ନତି କରିନଥିବା ବେଳେ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ସୁଯୋଗ ଦେଉନି ବୋଲି ଅଭିଯୋଗ ଆଣିଛି କୋଡିଙ୍ଗାମାଳି ପାରିପାର୍ଶ୍ବିକ ଓ ପ୍ରଭାବିତ ଅଞ୍ଚଳବାସୀ। କୋଡିଙ୍ଗାମାଳି ପାହାଡରୁ ବାର୍ଷିକ 3ମିଲିୟନ ଟନ୍ ରୁ 6ମିଲିୟନ ଟନ ଖଣି ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ନିମନ୍ତେ ବେଦାନ୍ତ ପ୍ରୟାସ କରିଛି ବୋଲି ଅଭିଯୋଗ ହୋଇଛି। ବେଦାନ୍ତ ଖଣି ଯେଉଁଠି ଉତ୍ପାଦନ କରୁଛି ସେଠାରେ ହିଁ କାରଖାନା ପ୍ରତିଷ୍ଠା କରୁ ବୋଲି ବିସ୍ତାପିତ ଅଞ୍ଚଳ ବାସୀ ଦାବି କରିଛନ୍ତି। ସେହିପରି କୋଡିଙ୍ଗାମାଳି ରୁ ବକ୍ସାଇଟ ଉତ୍ତୋଳନକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏନେଇ ଆଜି ତହସିଲଦାର ଓ ଖଣି ବିଭାଗ ଙ୍କ ଜରିଆରେ ମୁଖ୍ଯମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରଆଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରଭାବିତ ଅଞ୍ଚଳବାସୀଙ୍କ ସମେତ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ,ପୂର୍ବତନ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି , ପୂର୍ବତନ ସାଂସଦ ଝିନ୍ନ ହିକକା,, କୃଷ୍ଣଚନ୍ଦ୍ର ଶଗରିଆ ପ୍ରମୁଖ ଉପସ୍ଥିତ ଥିଲେ।ରାୟଗଡ଼ାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ।ଲାଞ୍ଜିଗଡ଼,ପୁରନ୍ଦର ଦଣ୍ଡସେନା,/ ନ୍ୟୁଜ୍ ଉପାନ୍ତ ଖବର
