ଉଦଯାପିତ ହେଲା ଅଲ ଓଡିଶା ଓପନ ଚେସ ଚମ୍ପିୟାନସିପ

ରୋଟୀରୀ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀ ଆନୁକୂଲ୍ୟରେ ଚାରିଦିନ ଧରି ଚାଲିଥିବା ରୋଟାରୀ ୯ମ ଅଲ ଓଡିଶା ଚେସ ଚମ୍ପିୟାନସିପ ଉଦଯାପିତ ହୋଇଯାଇଛି l ଆଜି ଉଦଯାପନୀ ଦିବସରେ ରୋଟାରୀ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀର ସଭାପତି ରୋଟାରିୟାନ ସୁବାସ ପଣ୍ଡାଙ୍କ ଅଧକ୍ଷତାରେ ହୋଟେଲ ହଲିଡେ ରିସର୍ଟ ସଭାଗୃହରେ ମୁଖ୍ୟ ଅତିଥିଭାବେ ପୁରୀଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ପ୍ରତୀକ ସିଂହ, ସମ୍ମାନିତ ଅତିଥିଭାବେ ରାଜ୍ୟ ଚେସ ଆସୋସିଏସନ ର ସମ୍ପାଦକ ରୋଟାରିୟାନ ଦେବବ୍ରତ୍ତ ଭଟ୍ଟ, ଅନୁଷ୍ଠାନ ର ସମ୍ପାଦିକା ରୋଟାରିୟାନ ଝରଣା ନାୟକ, ରୋଟାରିୟାନ ରାଜକିଶୋର ପାତ୍ର, ରୋଟାରିୟାନ ପ୍ରଭୁଦତ୍ତ ସୁବୁଦ୍ଧି, ରୋଟାରିୟାନ ପ୍ରଦୀପ କୁମାର ନାୟକ ଓ ରୋଟାରିୟାନ ସୁଷମା ମିଶ୍ର ମଞ୍ଚାସିନ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରିଥିଲେ l ଏହି ପ୍ରତିଯୋଗିତା ରେ ହରିଶ ରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ଶ୍ରୀୟାଂଶ ଦାସ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ପ୍ରିୟାଂଶ ଦାସ l ଏଥିସହିତ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପଚାଶ ହଜାର ଟଙ୍କାର ଅର୍ଥରାଶି ଏବଂ ପଚିଶ ହଜାର ଟଙ୍କାର ଟ୍ରଫି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ରୋଟାରୀ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀର ସମସ୍ତ ସଦସ୍ୟ ସଦସ୍ୟା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
