September 12, 2026

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

IMG-20250912-WA0005
Share

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଉପକଣ୍ଠ ତରତୁଆସ୍ଥିତ ଆଇଟିବିପି କ୍ୟାମ୍ପସ୍‌ରେ ପ୍ରଥମ ନୂତନ ଭାବେ ଆରମ୍ଭ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟ( କେଭି) ରେ ପ୍ରଥମ ବ୍ୟାଚ୍‌ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କୁ ଫୁଲ, ଚନ୍ଦନ ଲଗାଇ ସ୍ବାଗତ କରିଥିଲେ I ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପରମେଶ୍ଵର ଓ ତପନ ସ୍ବାଇଁ ସଂଯୋଜନା କରିଥିଲେ I କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ରବିନ୍ଦ୍ର କୁମାର ଝାଙ୍କର ବିଦ୍ୟାଳୟର ନୀତିନିୟମ ବିଷୟରେ ଅଭିଭାବକ, ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ପିଲାଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ | ଖୋର୍ଦ୍ଧାରୋଡ୍‌ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ହାସ୍ୟବ୍ୟଙ୍ଗ କଳାକାର ଶଶୀକାନ୍ତ – ଉତ୍ସବରେ ଅତିଥିଭାବେ ଯୋଗେଇ ପିଲାଙ୍କୁ ହାସ୍ୟ କଥା କହି ଉତ୍ସାହିତ କରିଥିଲେ ଓ ବିଦ୍ୟାଳୟ ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।