ଆଜିର ଖବର..
୧-ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢ଼ାଇଲେ ବିଡିଓଙ୍କ ଆର୍ଥିକ କ୍ଷମତା।ମନରେଗା ବ୍ୟତୀତ ଅନ୍ୟ ବିକାଶମୂଳକ ଯୋଜନା ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଶାସନିକ ଅନୁମୋଦନ ଦେଇପାରିବେ ବିଡିଓ ।
୨-କେନ୍ଦ୍ରାପଡ଼ାରେ ସ୍ବାସ୍ଥ୍ୟସେବାର ଦୟନୀୟ ସ୍ଥିତି:୯ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଖାଲି ପଡ଼ିଛି ୧୬୬ ଡାକ୍ତର ପଦ।
୩-୧୬ରେ ସର୍ବଦଳୀୟ ବୈଠକ: ୧୮ରୁ ୨୫ ଯାଏ ଚାଲିବ ବିଧାନସଭା ମୌସୁମୀ ଅଧିବେଶନ।
୪-ଭୁବନେଶ୍ୱର:ପାର୍ବଣରେ ଅପରାଧ ଦମନ ଚିନ୍ତା, ଟାର୍ଗେଟରେ ଦ୍ବୈତ ନଗରୀର ବନ୍ଧୁକ ମାଫିଆ।
୫-ଭୁବନେଶ୍ୱର:ବିନା ଅନୁମତିରେ ଚାଲିଛି ଘରୋଇ ବିଦ୍ୟାଳୟ, ରିପୋର୍ଟ ଦେଉ ନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।
୬-ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ବଡ଼ ଏନକାଉଣ୍ଟର : ମୋଷ୍ଟ ୱାଣ୍ଟେଡ ମାଓବାଦୀ ମୋଡେମ ବାଲକ୍ରୀଷ୍ଣା ନିହତ।
୭-ଜଗତସିଂହପୁର,ରାମତରା :କୂଳ ଲଙ୍ଘିଲା ସମୁଦ୍ର, 300 ମିଟରର ନୂଆ ମୁହାଣ ସୃଷ୍ଟି , 5ଟି ପଞ୍ଚାୟତର ଲୋକେ ଆତଙ୍କିତ।
୮-ନିଆଁ ଭଳି ବ୍ୟାପୁଛି ‘ନାନୋ ବାନାନା’ ଟ୍ରେଣ୍ଡ, ସାମିଲ ହେଲେଣି ସାଧାରଣ ୟୁଜର୍ସଙ୍କଠାରୁ ସେଲିବ୍ରିଟି।
୯-ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ପର୍ଯ୍ୟଟକ; ଜଣେ ମୃତ, ଜଣେ ଗୁରୁତର।
୧୦-ଫିଜିଓଥେରାପିଷ୍ଟମାନେ ନିଜ ନାମ ପୂର୍ବରୁ ଡାକ୍ତର ଶବ୍ଦ ବ୍ୟବହାର କରିପାରିବେ ନାହିଁ; ନିର୍ଦ୍ଦେଶ ଜାରି କଲେ ସରକାର।
୧୧-ରାଇରାଖୋଲ:ଭିୟୁ ଓ ଲାଇକ୍ସ ପାଇଁ ପାଗଳ ଯୁବପୀଢି।କୋଳରେ ବସି ଗାଡ଼ି ଚଲାଇବା ପଡ଼ିଲା ମହଙ୍ଗା, ଭରିଲେ ୧୧ ହଜାର ଟଙ୍କାର ଫାଇନ୍।
୧୨-ଭୁବନେଶ୍ୱର:ବାଣୀବିହାରରେ ଜବରଦଖଲ କ୍ୱାର୍ଟର୍ସ ଉଚ୍ଛେଦ ଆରମ୍ଭ।ହଷ୍ଟେଲରୁ ଅଣଛାତ୍ରଙ୍କୁ ତଡିବା ପରେ ଏବେ କ୍ୱାର୍ଟର୍ସ ଖାଲି କରାଯାଉଛି ।
୧୩-ମହାନଦୀ ରିଭର୍ ଫ୍ରଣ୍ଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା।
୧୪-କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ଗ୍ଲୋବାଲ ୟୁନିଭର୍ସିଟି ଫେୟାର’, ଯୋଗଦେଲେ ୭୦ରୁ ଅଧିକ ବିଶ୍ୱବିଦ୍ୟାଳୟ।
୧୫-ଆସନ୍ତା ଜାନୁୟାରୀରୁ କାର୍ଯ୍ୟକ୍ଷମ ହେବ କଳିଙ୍ଗ ଷ୍ଟୁଡ଼ିଓ; ଦ୍ରୁତ ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ।
୧୬-ରଙ୍ଗେଇଲୁଣ୍ଡା ବ୍ଲକରେ ସାର ଅଭାବ: ୧୨୦୦ ମେଟ୍ରିକ୍ ଟନ୍ ବଦଳରେ ମିଳିଛି ୮୭୬, ଚଢ଼ା ଦରରେ କିଣୁଛନ୍ତି ଚାଷୀ।
୧୭-ଭୁବନେଶ୍ୱର:ଇ-କେୱାଇସି ଲାଭ, ଧରାପଡ଼ିଥିଲା ସାଢ଼େ ୫ ଲକ୍ଷରୁ ଉର୍ଦ୍ଧ୍ୱ ରାସନକାର୍ଡ ଭୂତ ହିତାଧିକାରୀ।
୧୮-ଦୁବାଇରେ ଖୋଲିଲା ଆଇଆଇଏମ୍ ଅହମ୍ମଦାବାଦ କ୍ୟାମ୍ପସ୍।
୧୯-ନୂଆ ଦିଲ୍ଲୀ:୨୦୩୫ ସୁଦ୍ଧା ନୌସେନାର ଯୁଦ୍ଧଜାହାଜ ସଂଖ୍ୟା ୨୦୦ ହେବ।୭୪ଟି ଯୁଦ୍ଧଜାହାଜର ନିର୍ମାଣ ନିମନ୍ତେ ପ୍ରାରମ୍ଭିକ ଅନୁମୋଦନ ଲାଭ କରିଛି।
୨୦-ନେପାଳ ଅନ୍ତରୀଣ ପ୍ରଧାନମନ୍ତ୍ରୀ ପଦବୀ ନିମନ୍ତେ କୁଲମନ ଘିସିଂ Gen-Zର ପ୍ରଥମ ପସନ୍ଦ, ପଛକୁ ହଟିଲେ ସୁଶୀଲା କାର୍କୀ।
୨୧-ପୋଲାଣ୍ଡରେ ଅନୁପ୍ରବେଶ ପରେ ଫିନଲାଣ୍ଡକୁ ରୁଷ୍ର ନାଲି ଆଖି , ଏକ ନୂଆ ‘ମ୍ୟାନରହାଇମ୍ ଲାଇନ୍’ ନିର୍ମାଣ କରିବାକୁ ଦେଲା ଧମକ
୨୨-ରାସ୍ତାରେ ଗର୍ଜୁଛନ୍ତି ଲକ୍ଷ ଲକ୍ଷ ଲୋକ, ଚାଲିଛି ପୋଡ଼ାଜଳା-ଭଙ୍ଗାରୁଜା…ଫ୍ରାନ୍ସ ସ୍ଥିତି ଅସମ୍ଭାଳ
