November 11, 2024

ଉମରକୋଟ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ……

Share

 

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ଆଗାମୀ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା ନବରଙ୍ଗପୁରର ଜିଲ୍ଲା ଅନ୍ତର୍ଗତ ଉମରକୋଟ ଠାରେ ଆସନ୍ତା ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ସ୍ଥାନୀୟ ବ୍ଲକ୍ ସଭା ଗୃହ ରେ ଅନୁଷ୍ଠିତ ହୋଇ ଥିଲା। ଏହି ପ୍ରସ୍ତୁତି ବୈଠକ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ସଭାପତିତ୍ବ କରି ଥିଲେ। ଏତତ ବ୍ୟତିତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରେଶମ ଲାଲ ସାହୁ, , ଜିଲ୍ଲା ଶାରୀରିକ କ୍ରୀଡା ଅଧିକାରୀ ଶ୍ରୀ ପ୍ରଭାତ ପଟ୍ଟନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାର , ନବରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରମେଶ ରାୟ ,ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ଧାରୁଆ , ଚନ୍ଦ।ହାଣ୍ଡି ଗୋଷ୍ଠି ଶିକ୍ଷା ଶ୍ରୀ ସୁଭେନ୍ ମଣ୍ଡଳ, ରାଇଘର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ମାଝୀ , କୋଷାଗୁମଡା ଗୋଷ୍ଠି ଶିକ୍ଷା ଅଧିକାରୀ ଷୌମେନ୍ଦ୍ର ଭୋଉ ମିକ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ପ୍ରତିଯୋଗିତା ଟି ଯେପରି ସଫଳତା ର ସମ୍ପନ୍ନ ହେବ କମିଟି ସେମାନଙ୍କ ଯୋଜନା ଓ ବଜେଟ ମାନ ଉପସ୍ଥାପନ କରି ଥିଲେ । ଏହି ରଜ୍ୟ ସ୍ତରୀୟ ପ୍ରିଯୋଗିତା ଆୟୋଜନ କୁ କିଭଳି ସଫଳତା ସହ ଆୟୋଜନ କରାଯିବ ସେଥି ନେଇ ଗଠନ କରାଯାଇଥିବା ବିଭିନ୍ନ କମିଟି ର ସେମାନଙ୍କ ଯୋଜନା ଓ ବଜେଟ୍ ଉପ ସ୍ଥାପନ କରି ଥିଲେ। ପ୍ରତିଯୋଗିତା ର ସଫଳ ସମାପନ ନିମନ୍ତେ ସମସ୍ତେ ନିଷ୍ଠା ର ସହ ସହ କାର୍ଯ୍ୟ କରିବା ପାଇଁ ସଭାପତି ନିର୍ଦ୍ଦେଶ ଦେଲେ । ଉମରକୋଟ ଷ୍ଟାଡିୟମ୍ ରେ ଉଦଘାଟନ ଓ ଉଦଯାପନ ସମାରୋହ ହେବାକୁ ଥିବା ବେଳେ ଅନ୍ୟ ଚାରୋଟି ସ୍ଥାନ ରେ ଫୁଟବଲ ଖେଳ ଆୟୋଜନ ହେବ। ଏକ ହଜାର ରୁ ଉର୍ଦ୍ଧ ଖେଳାଳି ଏହି ପ୍ରତିଯୋଗୀତା ରେ ଭାଗ ନେବାର ସମ୍ଭାବନା ରହିଛି। ଆଜିର ବୈଠକ ରେ ପ୍ରଧାନ ଶିକ୍ଷକ ନରେଶ ଚନ୍ଦ୍ର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ରୀଡା ଶିକ୍ଷକ ଶ୍ରୀ ମନୋରଞ୍ଜନ ପ୍ରହରାଜ , ବିଭାସିସ ଦେ , ବ୍ରଜ ବନ୍ଧୁ କାଣ୍ଡି, ପ୍ରଧାନ ଶିକ୍ଷକ ଶ୍ରୀ ଅସୀମ କୁମାର ବିଶ୍ୱାସ , ଶ୍ରୀ କିଶୋର ଶିଲ, ପ୍ରଦୀପ ବିଶ୍ୱାସ ପ୍ରମୁଖ ସହଯୋଗ କରୁଥିଲେ । ଏହି ପ୍ରତିଯୋଗିତା ପାଇଁ। ଉମରକୋଟ ର ଜନସାଧାରଣ, ସାମ୍ବାଦିକ ମାନଙ୍କୁ ସହଯୋଗ କାମନା କରିବା ପାଇଁ ସଭାପତି ଅନୁରୋଧ କରିଥିଲେ । ଶେଷରେ ଶ୍ରୀ ପ୍ରଭାତ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

You may have missed