September 21, 2024

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ରୂପlରୋଷାନ ସାହୁଙ୍କ ରାୟଗଡ ଗସ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା 

Share

 

ରାୟଗଡ:ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଶ୍ରୀମତୀ ରୂପା ରୋଶନ ସାହୁ ଦିନିକିଆ ରlୟଗଡ଼ ଜିଲ୍ଲା ଗସ୍ତରେ ଆସି ଆଜି ସାନ୍ଧ୍ୟ ୪. ୦୦ ଘଟିକା ସମୟରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଥିଲେ l ବିଶେଷ କରି ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଜିଲ୍ଲାରେ କେତେ ଚାଷୀ ଉପକୃତ ହୋଇଛନ୍ତି ତାହାଉପରେ ଆଲୋଚନା କରୁଥିଲେ l ଡ୍ରନ ମାଧ୍ୟମରେ ଫସଲ ବୀମା ସର୍ବେ ଆଦିବାସୀ ଉପରେ ସମୀକ୍ଷା କରିଥିଲେ l ସେହିପରି ସୁଭଦ୍ରା ଯୋଜନାରେ ଜିଲ୍ଲାରେ ଆବେଦନ ପ୍ରକ୍ରିୟାରେ କେତେ ଆଗ୍ରଗତି ହୋଇଛି ତାହାଉପରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ପlୱlର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କାଟିଥିଲେ l ଜିଲାରେ ବର୍ତ୍ତମାନ ସୁଦ୍ଧା ୩୯୦୦୦୦ହଜାର ବିଭିନ୍ନ ବ୍ଲକକୁ ଫର୍ମ ବଣ୍ଟଯାଇଥିବା ବେଳେ ହିତାଧିକାରୀଙ୍କୁ ୩୨୦୪୧୭ତି ଫୋର୍ମ ଦିଆଯାଇଛି l ସେଥିରୁ ୧୫୬୭୨୬ଟି ସଂଗ୍ରହ କରାଯାଇଥିବା ବେଳେ ୧୧୯୭୧୧ଟି ଫୋର୍ମ ଯାଞ୍ଚ କରଯାଇଛି l ବର୍ତ୍ତମାନ ସୁଦ୍ଧା ଶୁଭଦ୍ରା ପୋର୍ଟାଲକୁ ୮୦ହଜାରରୁ ଉର୍ଦ୍ଧ୍ୱ ଫୋର୍ମ ଯାଇସାରିଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ l ଏହାପରେ ମହିଳା ଓ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ, ଜିଲ୍ଲାରେ ଶିକ୍ଷାର ବ୍ୟବସ୍ଥା, ସ୍ୱାସ୍ଥ୍ୟଗତ ସମସ୍ୟା, ଗମନାଗମନ ସ୍ଥିତ ଉପରେ ସମୀକ୍ଷା କରିଥିଲେ l ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରୋଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ, ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରେନ୍ଦୀପ କୌର ସହଟା, ଉପଜିଲ୍ଲାପାଳ ରlୟଗଡ଼ ଶ୍ରମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ, ଜିଲ୍ଲାସ୍ଥରୀୟ ବିଭିନ୍ନ ବିଭାଗ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସିଡିପିଓ ଆଦି ଯୋଗଦେଇଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ