September 21, 2024

ରାୟଗଡା ଜ଼ିଲ୍ଲା ରେ ସ୍ୱାସ୍ଥ୍ୟ ସେବା ର ବିକାଶ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ଆପଲସ୍ୱାମୀ 

Share

 

ରାୟଗଡା : ରାୟଗଡା ଜ଼ିଲ୍ଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଇଲାକା ହୋଇଥିବାରୁ ସ୍ୱାସ୍ଥ୍ୟ ସେବା ପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ ନିମନ୍ତେ ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରକା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କୁ ଭେଟି ସମଗ୍ର ରାୟଗଡା ଜ଼ିଲ୍ଲା ରେ କିପରି ସ୍ୱାସ୍ଥ୍ୟ ସେବା ବିଗିଡିଛି ସେନେଇ ଆଲୋଚନା କରିଥିଲେ l ମନ୍ତ୍ରୀଙ୍କ ସହିତ ଆଲୋଚନା ସମୟ ରେ ରାୟଗଡା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଜ଼ିଲ୍ଲା ର ଅନ୍ୟ ସି ଏଚ ସି,, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପଖଣ୍ଡ ସ୍ଥରୀୟ ଚିକିତ୍ସାଳୟ ରେ ଖାଲିପଡ଼ିଥିବା ଡାକ୍ତର, ଷ୍ଟାଫ ନର୍ସ ଓ ଟେକନିସିୟନ ପଦବୀ ତୁରନ୍ତ ପୂରଣ କରିବା ସହିତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆବଶ୍ୟକ ଶଯ୍ୟା ଅଭାବ ସହିତ ଡାକ୍ତର ଓ ନର୍ସ ଙ୍କ ଅଭାବ ନିମନ୍ତେ ରୋଗୀ ଚିକିତ୍ସା ପାଇପାରୁନାହାନ୍ତି ବୋଲି ମନ୍ତ୍ରିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଜ଼ିଲ୍ଲା ରର ମ୍ୟାଲେରିଆ ଡ଼ାଇରିଆ ଓ ଡିପଥେରିଆ ପରି ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ହୋଇ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆସିଥାନ୍ତି କିନ୍ତୁ ଏହିଠାରେ ବିଭିନ୍ନ ସମସ୍ୟା ସହିତ ଅବ୍ୟବସ୍ତା କାରଣରୁ ରୋଗୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଗତ 9 ତାରିଖରେ ଚିକିତ୍ସାଳୟ କୁ ଗସ୍ତ ସମୟ ରେ ଦେଖିବାକୁ ପାଇଥିଲି ବୋଲି ବିଧାୟକ ମନ୍ତ୍ରୀ ଙ୍କୁ କହିଥିବା ର ଜଣାପଡିଛି l ଅନ୍ୟପଟେ ଚଳିତ ମାସ 1 ତାରିଖ ରୁ ଆଉଟସୋରସିଙ୍ଗ ଦ୍ୱାରା କାର୍ଯ୍ୟରତ ଷ୍ଟାଫ ନର୍ସ ସହିତ ଅନ୍ୟ କର୍ମଚାରୀ ମାନଙ୍କୁ ଚାକିରୀ ରୁ ବାହାର କରିଦିଆଯାଇଛି ଯୋଦ୍ୱାରା ରୋଗୀ ଉନ୍ନତ ମାନ ଟ ଚିକିତ୍ସା ପାଇ ପାରୁନାହାନ୍ତି ସେଥିପାଇଁ ବାଧ୍ୟ୍ୟ ହୋଇ ପୋଡ଼ଷି ଆନ୍ଧ୍ର ପ୍ରଦେଶ ର ବିଶାଖପାଟନମ, ଓଡିଶା ର ବ୍ରହ୍ମପୁର ପରି ବିଭିନ୍ନ ସ୍ଥାନ କୁ ଯିବା ସମୟରେ ମୃତ୍ୟୁ ବରଣ କରିଥାନ୍ତୁ ବୋଲି ବିଧାୟକ ମନ୍ତ୍ରୀଙ୍କୁ କହିଛନ୍ତି l ମାନ୍ୟବର ମନ୍ତ୍ରୀ ରାୟଗଡା ଜ଼ିଲ୍ଲା ର ସ୍ୱାସ୍ଥ୍ୟ ସେବା ପ୍ରତି ଦୃଷ୍ଟି ଦେଇ ଡାକ୍ତର, ନର୍ସ ଙ୍କୁ ନିଯୁକ୍ତି ଦେବା ସହିତ ରାୟଗଡା ଜ଼ିଲ୍ଲା କୁ ଗସ୍ତରେ ଆସି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ର ପ୍ରକୃତ ସ୍ଥିତି ର ସମୀକ୍ଷା କରିବା କୁ ବିଧାୟକ ଅନୁରୋଧ କରିଛନ୍ତି l ବିଧାୟକ ତାଙ୍କ କାମ ସାରିଦେଲା ମନ୍ତ୍ରୀ କଣ କରୁଛନ୍ତି ତାହା ସମୟ ହିଁ କହିବ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ