March 10, 2026

ପଦ୍ମପୁର ବ୍ଲକ ସ୍ତରୀୟ ଏସଟି ଓ ଏସସି ମିଳିତ କ୍ରିୟାନୁଷ୍ଠାନ କମିଟି ଗଠିତ 

IMG-20240912-WA0000
Share

 

ରାୟଗଡା : ପଦ୍ମପୁର ବ୍ଲକ ସ୍ତରୀୟ ଅନୁସୂଚିତ ଜାତି ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ର ସାଧାରଣ ସଭା, କମିଟି ଗଠନ ଓ ସଚେତନତା କାର୍ଯ୍ୟକ୍ରମ କେନ୍ଦୁଗୁଡା ବଡ଼ନାଳ ନିକଟସ୍ଥ ମା ମଙ୍ଗଳା ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ପୁଣିଥରେ ଆଦିବାସୀ ଜାତି ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ର ସଭାପତି ରୂପେ ମନୋନୀତ ହହୋଇଛନ୍ତି ପଦ୍ମପୁର ବ୍ଲକ ର ପୂର୍ବତନ ଅଧକ୍ଷ ତଥା ବିଜେଡି ର ୟୁବ ନେତା ରମାକାନ୍ତ ମାଝୀ l ଏମିତିକି ଏସଟି ଏସସି ମିଳିତ କ୍ରିୟାନୁଷ୍ଠାନ କମିଟି ର ଅନ୍ୟ ଵର୍ଗର ଅନେକ ନେତୃମଣ୍ଡଳୀ କମିଟିରେ ଅନେକ ପଦ ପଦବୀରେ ମନୋନୀତ ହେଇଥିବା ବ୍ୟକ୍ତି ହେଲେ ଉପସଭାପତି ଭାବେ ସ୍ବର୍ଣ୍ଣମାଳା ଶବର, ତ୍ରିପତି ଗଣ୍ଟା ଯୁଗ୍ମ ସମ୍ପାଦକ ଭାବେ ଚିତ୍ରସେନ ଗମାଙ୍ଗ, ଗିରିଧାରୀ ଶବର ସାଙ୍ଗଠନିକ ସମ୍ପାଦକ ଭାବେ ଡମ୍ବୁରୁ ନୁଁଦୃକା, ଉଦୟ ନିମାଲ ଧନପତି ଲିମା ସଂକୃତିକଣ ସମ୍ପାଦକ ଭାବେ ବିଜୟ କୁମାର ଶବର, ପ୍ରକାଶ କଣ୍ଡଗୋରି, ନରେନ୍ଦ୍ର ବିଡ଼ିକା କାର୍ଯ୍ୟକାରୀ ସଭାପତି ଭାବେ ସୁଶାନ୍ତ ବିଡ଼ିକା ଆଇନ ପରାମର୍ଶଦାତା ଭାବେ କୈଳାଶ କ୍ରାସ୍କା ମନୋନୀତ ହୋଇଛନ୍ତି ଏସଟି ଏସସି ମିଳତି କ୍ରିୟାନୁଷ୍ଠାନ କମିଟି ସଭାପତି ରମାକାନ୍ତ ମାଝୀ ଲିଖିତ ଭାବେ ଜଣାଇଛନ୍ତି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ