July 13, 2026

ସନ୍ଦେହ ଘେରରେ ବିକଶିତ ଗାଁ ବିକଶିତ ଓଡିଶା ର ରାସ୍ତା ନିର୍ମାଣ କାର୍ଯ୍ୟକ୍ରମ : ଗୋଟିଏ କାମ କୁ ଦୁଇଥର ବିଜ୍ଞପିତ ର କାରଣ ଅସ୍ପଷ୍ଟ

IMG-20260712-WA0034
Share

ତିର୍ତ୍ତୋଲ ତା 10/7/2026 ବିକଶିତ ଗାଁ ବିକଶିତ ଓଡିଶା ର ଏକ ଫଳକ ଦେଖିବାକୁ ମିଳିଛି, ତିର୍ତ୍ତୋଲ ବ୍ଲକ, କନକପୁର ଗ୍ରାମପଞ୍ଚାୟତ ଅଧିନ ସାରଳାହାଟରେ l ବିଗତ ପାଞ୍ଚସାତବର୍ଷ ପୂର୍ବରୁ ଏହି ସାରଳାହାଟର ଧରଣୀ ସ୍ୱାଇଁ ଙ୍କ ଘର ପାଖରୁ ଅନାମଓଝା ଙ୍କ କମାରଶାଳ ଦୋକାନ ପର୍ଯ୍ୟନ୍ତ ଏକ କଂକ୍ରିଟରୋଡ଼ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ବିଗତ କିଛିମାସ ପୂର୍ବରୁ ସେହିରାସ୍ତା କାମପାଇଁ ଚାରିଲକ୍ଷଟଙ୍କା ବ୍ୟୟ ଅଟକଳ ଦର୍ଶାଯାଇ, ଆଉ ଏକ ଫଳକ ରେ ଦେଖିବାକୁ ମିଳିଛି l ଏଥିରେ କାର୍ଯ୍ୟନିର୍ବାହୀ ସଂସ୍ଥା ର ନାମ ଉଲ୍ଲେଖ କରାଯାଇ ନଥିବା ବେଳେ, କାର୍ଯ୍ୟାରମ୍ଭ ଓ କାର୍ଯ୍ୟଶେଷ ର ତାରିଖ ମଧ୍ୟ ଲେଖାଯାଇନାହଁ l ସେହି ପୁରୁଣାକାମ କୁ ଦର୍ଶାଇ ପୁନଃର୍ବାର, ଆଉ ଚାରିଲକ୍ଷ୍ଟଙ୍କା ବିଲ କରାଇ ନେବାକୁ, ହୁଏତ ଉଦ୍ୟମ କରାଯାଉଛି ବୋଲି, ସାଧାରଣରେ ସନ୍ଦେହ ଘନୀଭୂତ ହେଉଛି l ରାଜ୍ୟସରକାର ଙ୍କ ତରଫରୁ ଏହି ବିକଶିତ ଗାଁ ବିକଶିତ ଓଡିଶା ର କାର୍ଯ୍ୟକ୍ରମ କୁ ସ୍ୱଚ୍ଛତାର ସହିତ କରିବା ପାଇଁ ନିର୍ଦ୍ଦେଶ ରହିଥିଲା ବେଳେ, ବହୁବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ରାସ୍ତା ଉପରେ, ଆଉଥରେ ନିର୍ମାଣ ହେବାର କିଛି ଆବଶ୍ୟକତା ନଥିଲା ବେଳେ, କାହିଁକି ଓ କାହାପ୍ରରୋଚନାରେ ଏପରି ଏକ ନୂତନ ଫଳକ ମରାଯାଇଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି l କନକପୁର ପଞ୍ଚାୟତ ର ବହୁ ଗଳିକନ୍ଦି ରାସ୍ତା ଓ କେତେକ ମୁଖ୍ୟ ସଂଯୋଗକାରୀ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିଲା ବେଳେ, ସାରଳାହାଟ ର ଏହି ନିର୍ମିତ ରାସ୍ତା କୁ ପୁନଃର୍ବାର ନିର୍ମାଣ କରିବାର ଆବଶ୍ୟକତା କେତେ, ଏହା ତିର୍ତ୍ତୋଲ ବ୍ଲକ ପ୍ରଶାସନ ଓ କନକପୁର ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀ ମାନେ ଯଥାର୍ଥ ଅନୁଧ୍ୟାନ କରି ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣରେ ଦାବୀ ହେଉଛି l