July 13, 2026

ନବରଙ୍ଗପୁର ଠାରେ ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ବୃକ୍ଷ ରୋପଣ..

IMG-20260712-WA0001
Share

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ଶନିବାର ପୂର୍ବାହ୍ନରେ ପାପଡାହାଣ୍ଡି ବ୍ଳକ୍ ଅନ୍ତର୍ଗତ ଧାରନାବେଡାର ମାଁ ଭଣ୍ଡାର ଘରଣୀ ପିଚୁ ପ୍ଳାଣ୍ଟ୍ ପରିସରରେ ଏବଂ ଅପରାହ୍ନରେ ନବରଙ୍ଗପୁର ବ୍ଳକ୍ ଅନ୍ତର୍ଗତ ତାରାଗାଁର ବଦାମୁଣ୍ଡା ଛକ ନିକଟସ୍ଥ ପୋଖରୀ ହିଡରେ ସ୍ଥାନୀୟ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ତରଫରୁ ଆଶ୍ରମର ରଶ୍ମି ପ୍ରସାଦ ତଥା ଅଧ୍ୟକ୍ଷ ଡ: ନୀଳ କଣ୍ଠ ପାଢ଼ୀ ଓ ପିଚୁ ପ୍ଳାଣ୍ଟ୍ ପରିଚାଳକ ବଟ କୃଷ୍ଣ ମହାନ୍ତିଙ୍କ ମାର୍ଗ ଦର୍ଶନ ଏବଂ ଆଶ୍ରମର ବରିଷ୍ଠ ରଞ୍ଜନ ଇନ୍ଦୁମତୀ ପାଢ଼ୀଙ୍କ ପ୍ରତିନିଧିତ୍ବରେ ଚଳିତ ବର୍ଷର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇ ଅଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଅଶ୍ୱତ୍ଥ ବୃକ୍ଷ ରୋପଣ ସାଙ୍ଗକୁ ଅଁଳା, ଅମୃତ ଭଣ୍ଡା,ଜାମୁ କୋଳି, କଦମ୍ବ, ଅଗସ୍ତି,ଅର୍ଜ୍ଜୁନ,ଶିଶୁ,ବେଲ, କୃଷ୍ଣ ଚୂଡା,ବକୁଳ ବା ବଉଳ,ରାଧା ଚୂଡା ପ୍ରଭୃତି ବୃକ୍ଷ ଚାରା ରୋପଣ କରା ଯାଇ ଅଛି। ଏହି ଅବସରରେ ଆଶ୍ରମ ଅଧ୍ୟକ୍ଷ ଡ: ପାଢ଼ୀ ସମଗ୍ର ରାଜ୍ୟ ବାସୀ ତଥା ପରିବେଶ ପ୍ରେମୀ ଗଣଙ୍କୁ ନିଜ ନିଜ ଅଞ୍ଚଳର ବୃକ୍ଷ ରୋପଣ ଉପଯୋଗୀ ଜାଗାରେ ବହୁ ମାତ୍ରାରେ ବିଭିନ୍ନ କିସମର ବୃକ୍ଷ ରୋପଣ କରି ଆମ ପରିବେଶ ଗତ ସନ୍ତୁଳନ ରକ୍ଷା କରିବା ନିମନ୍ତେ ଆହ୍ବାନ ଦେଇଛନ୍ତି। ଆଶ୍ରମର ବରିଷ୍ଠ ରଞ୍ଜନ ତଥା ପୃଷ୍ଠପୋଷକ ଇଂ. ବିକାଶ ରଞ୍ଜନ ପାଢ଼ୀ ପ୍ରକୃତିକୁ ଭଲ ପାଇବା ଓ ତାର ସୁରକ୍ଷା ଦିଗରେ ନିଜକୁ ନିୟୋଜିତ କରିବା ନିମନ୍ତେ ସର୍ବତ୍ର ବୃକ୍ଷ ରୋପଣ କରିବା ପାଇଁ ଆବେଗଭରା ଆବେଦନ କରିଛନ୍ତି। ଧାରନାବେଡା ପିଚୁ ପ୍ଳାଣ୍ଟ୍ ର ସର୍ବାଧିକାରୀ ହିମାଂଶୁ ଶେଖର ନାୟକ ଓ ବି. ରାଜ ଶେଖର ଏହି କାର୍ଯ୍ୟ କ୍ରମରେ ସକ୍ରିୟ ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ସମସ୍ତ କର୍ମୀ ଗଣଙ୍କୁ ଅନେକ ସାଧୁବାଦ ଜଣାଇଛନ୍ତି। ଆଶ୍ରମର ବରିଷ୍ଠ ପୃଷ୍ଠ ପୋଷକ ନୂତନା ନନ୍ଦ ପାଢ଼ୀ ଉପସ୍ଥିତ କର୍ମୀ ଗଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ରହି ସର୍ବଶ୍ରୀ ଭାସ୍କର ବିଷୋୟୀ,ସଞ୍ଜିତ ସାହୁ, ସାହେବ ହରିଜନ, ଦୁର୍ଯୋଧନ ହରିଜନ,ଯଦୁମଣି ହରିଜନ,ଅର୍ଜ୍ଜୁନ ଭତ୍ରା,ପଦଲାମ ଭତ୍ରା,ଗଣେଶ ଅମନାତ୍ୟ, ବୃନ୍ଦାବନ ଭତ୍ରା,ତପନ ଭତ୍ରା ପ୍ରମୁଖ ସକ୍ରିୟ ସହଯୋଗ କରିଛନ୍ତି।