ଆଜିର ଖବର.
୧-ପାଠ୍ୟପୁସ୍ତକ ତ୍ରୁଟି ଘଟଣା: ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ,କ୍ରାଇମ ବ୍ରାଞ୍ଚରେ FIR ହେବ।
୨-କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ବ ନେଇ ଆସିବ SoP, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ।
୩-ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ; ହାଇ ଆଲର୍ଟରେ ଜିଲ୍ଲା ପ୍ରଶାସନ, ନଦୀକୂଳିଆଙ୍କୁ ସତର୍କ ସୂଚନା ଜାରୀ।
୪-ରାୟଗଡ଼ାରେ ମେଗା ଇନଭେଷ୍ଟମେଣ୍ଟ; ହିଣ୍ଡାଲକୋ ବଢ଼ାଇବ ଆଲୁମିନା ରିଫାଇନେରୀ କ୍ଷମତା, ରାଜ୍ୟକୁ ଆସିବ ନୂଆ ନିବେଶ ଲହର।
୫-ପୁରୀ:୧୪ ତାରିଖରେ ଦିନ ୨ଟାରୁ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ।ଉଭା ଅମାବାସ୍ୟାରେ ମହାପ୍ରଭୁଙ୍କ ଦର୍ଶନ ମିଳିବ ନାହିଁ।
୬-ଭୁବନେଶ୍ୱର:ଗ୍ରାହକଙ୍କୁ କଷଣ ଦେଉଛି ଆଳୁ,ଅଣ୍ଡା ଓ ଚିନି।
ଖସୁନି ଅଣ୍ଡା ମୂଲ୍ୟ,ଗୋଟାକୁ ୯ ଟଙ୍କା।
୭-ଭୁବନେଶ୍ୱର:ଆଜି ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା,କାଲିଠୁ ବଢ଼ିବ ବର୍ଷାର ପରିମାଣ,୧୫ ଯାଏଁ ବର୍ଷାର ପ୍ରକୋପ ରହିବ।
୮-ମହାଦେବଙ୍କ ପବିତ୍ର ମାସ, ଜୁଲାଇ ୩୦ ଠାରୁ ମାସ ଆରମ୍ଭ,ଚଳିତବର୍ଷ ୪ଟି ପଡ଼ିବ ସୋମବାର, ଅଗଷ୍ଟ ୩ରେ ପ୍ରଥମ ସୋମବାର।
୯-ପୁଣି କନ୍ଦାଇଲା ପିଆଜ; ୧୫ଦିନରେ ରେଟ୍ ଦୁଇଗୁଣା ବଢିଛି, ଦରବୃଦ୍ଧି ନେଇ ଚିନ୍ତାରେ ଖାଉଟି।
୧୦-ଭାରତୀୟ ବିମାନ ବନ୍ଦର ପ୍ରାଧିକରଣକୁ ରାଉରକେଲା ବିମାନ ବନ୍ଦର ହସ୍ତାନ୍ତର କଲା ସେଲ୍, ପଶ୍ଚିମ ଓଡ଼ିଶା ବିକାଶକୁ ମିଳିବ ନୂଆ ଗତି।
୧୧-ମହାନଦୀ ମାମଲାରେ ଟ୍ରିବ୍ୟୁନାଲରେ ବଡ଼ ଟ୍ୱିଷ୍ଟ; ୮ ବର୍ଷ ପରେ ଆଲୋଚନାରେ ରାଜି ଓଡ଼ିଶା-ଛତିଶଗଡ଼, ସ୍ଥାୟୀ ସମାଧାନର ବଢ଼ିଲା ଆଶା।
୧୨-ବାଲିଗୁଡ଼ା:CRPF ଯବାନଙ୍କ ଜୀବନ ହାରିବା ଘଟଣା, ପରିବାର ଲୋକଙ୍କ ଏତଲା ପରେ ଗିରଫ ହେଲେ ପତ୍ନୀ।
୧୩-କଟକ:ଭିଜିଲାନ୍ସ ଜାଲରେ ନାଚୁଣୀ ଥାନାର ଏଏସଆଇ, ଜମି ବିବାଦ ଫଇସଲା ପାଇଁ ୧୦ ହଜାର ଟଙ୍କା ମାଗିଥିଲେ ଲାଞ୍ଚ।
୧୪-ନୂଆଦିଲ୍ଲୀ : ଭିଏତନାମରେ ବୋଟ୍ ବୁଡି ପ୍ରାୟ ୧୫ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା।
୧୫-ସାଉଥହ୍ୟାମ୍ପଟନ:ଇଂଲଣ୍ଡର ସିରିଜ୍ କ୍ଲିନ ସୁଇପ, ବିଶ୍ଵ ଚାମ୍ପିଅନ ଭାରତର ଲଜ୍ଜାଜନକ ପରାଜୟ, ହାତରୁ ଖସିଲା ଶୀର୍ଷ ସ୍ଥାନ।
୧୬-ଲଣ୍ଡନ: ଚେକ୍ ଗଣରାଜ୍ୟର ନୋସୋକୋଭା ଓ୍ବିମ୍ବଲଡନ ମହିଳା ସିଙ୍ଗିଲସ୍ ଚାମ୍ପିଅନ।
୧୭-ମହିଳା ଟେଷ୍ଟ କ୍ରିକେଟ: ଭାରତ ନିୟନ୍ତ୍ରଣରେ ଲର୍ଡସ ଟେଷ୍ଟ,୨୬୯ ରନ୍ ରେ ଆଗୁଆ।
୧୮-ଜୟପୁର:ମାଆକୁ ହତ୍ୟା ଅଭିଯୋଗରେ ଝିଅ ଗିରଫ; ମାମୁ କହିଲେ,ବାପାଙ୍କୁ ମଧ୍ୟ ସେ ମାରିଛି।
୧୯-କରୁର୍ ଦଳାଚକଟା ଘଟଣା ; ମୃତକଙ୍କ ପରିବାରକୁ ମିଳିବ ସରକାରୀ ଚାକିରି।
୨୦-ନୂଆଦିଲ୍ଲୀ : ଏତେ ମିଶାଇଲ୍ ମାଡ କରିବୁ ଯେ, ସମଗ୍ର ଇରାନକୁ ଧ୍ୱଂସ କରିଦେବୁ। ପୁଣି ଇରାନକୁ ଏମିତି ଧମକ ଦେଲେ ଟ୍ରମ୍ପ।
୨୧-ନ୍ୟୁଜିଲ୍ୟାଣ୍ଡରେ ମୋଦୀ; ଭାରତ- ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୧୦ଟି ବୁଝାମଣାପତ୍ର ସ୍ୱାକ୍ଷରିତ।
୨୨-ଚୀନରେ ଲ୍ୟାଣ୍ଡଫଲ୍ କଲା ‘Bavi’; ୨୦ ଲକ୍ଷ ଲୋକ ସ୍ଥାନାନ୍ତର, ରେଡ୍ ଆଲର୍ଟ ଜାରି।
