April 25, 2026

ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘର ବୈଠକ

IMG-20250712-WA0108
Share

 

ବୁଗୁଡ଼ା : ତା ୧୨/୦୭/୨୫ : ବୁଗୁଡ଼ା ବ୍ଲକ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ଶିକ୍ଷକ ଭବନ ପରିସରରେ ସଭାପତି ବିଶ୍ବ ମୋହନ ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ହୋଯାଇଅଛି। ଏଥିରେ କାର୍ଯ୍ୟକାରୀ ସଭାପତି ହରେକୃଷ୍ଣ ପାତ୍ରଙ୍କ ସମେତ ସମସ୍ତ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଯୋଗ ଦେଇଥିଲେ। ବଂଶୀଧର ଦାଶ ବେଦ ପାଠ କରିଥିବାବେଳେ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ବିବରଣୀ ପାଠ କରିଥିଲେ । ଆଗାମୀ ଜୁଲାଇ ୨୪ ତାରିଖ ଦିନ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ପୂର୍ଣ୍ଣ ହେବାକୁ ଯାଉଥିବା ଯୋଗୁଁ ସଭାପତି ନୂତନ ଭାବେ ନିର୍ବାଚନ ତାରିଖ ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଆଗତ କରିଥିଲେ । ଉପସ୍ଥିତ ସଦସ୍ୟ ବୃନ୍ଦ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଜାନୁୟାରୀ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିବାସହ ଆଗାମୀ ୦୭-୦୧-୨୦୨୬ ତାରିଖ ତଥା ସଂଘର ପ୍ରତିଷ୍ଠା ଦିବସରେ ନୂତନ କର୍ମକର୍ତ୍ତା ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥି ସହ ସେହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ୧୮ ଜଣ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଶିକ୍ଷକ ସୌରଭ ସମ୍ମାନ ପ୍ରଦାନ କରିବାକୁ ପ୍ରସ୍ତାବ ଗ୍ରହଣ କରାଗଲ । ବୈଠକର ପରିଶେଷରେ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥଲେ।

You may have missed