ନିମାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଛାତ୍ର ଆନ୍ଦୋଳନ l ( ସମ୍ପୂର୍ଣ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଏ, ଆଇ, ଏସ,ଏଫ ଛାତ୍ର ସଙ୍ଘ ପକ୍ଷରୁ ଦାବୀ ) I
ଓ ଡ଼ିଶାର ସମଗ୍ର ମହାବିଦ୍ୟାଳୟ ମଧ୍ୟରୁ ପୁରୀ ଜିଲ୍ଲାର ନିମାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧିକାଂଶ ସମୟରେ ଛାତ୍ର ଆନ୍ଦୋଳନ କ୍ରମଶଃ ବୃଦ୍ଧି ପାଉଛି l ସ୍ମରଣ ଥାଉ କୀ ଗତ ମାସ ରେ ଅଖିଳ ଭାରତ ଛାତ୍ର ସଙ୍ଘ ପକ୍ଷରୁ ଆମ ବସ ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଯାତାୟାତ ସଂପୂର୍ଣ୍ଣ ମାଗଣା ଓ ବେସରକାରୀ ବସ ରେ ଶତକଡା 80 ଭାଗ ରିହାତି ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଉକ୍ତ ମହାବିଦ୍ୟାଳୟ ରେ ପୂର୍ବରୁ ବ୍ୟାପକ ପରିମାଣରେ ଅନିୟମିତତା ଓ ଅର୍ଥ ହେରଫେର ଅଭିଯୋଗ ବିଭିର୍ଣ୍ଣ ଖବର କାଗଜରେ ପ୍ରକାଶିତ ହୋଇଛି l ଏମିତି କୀ ଲକ୍ଷାଧିକ ଟଙ୍କାର ଅଡିଟ ରିପିଟ ର ହିସାବ ମିଳୁନାହିଁ l ଉକ୍ତ ମହାବିଦ୍ୟାଳୟ କୁ ଗ୍ରାମାଞ୍ଚଳ ଶିକ୍ଷାବ୍ୟବସ୍ଥା ର ମେଦୁଦଣ୍ଡ ବା ଜ୍ଞାନମନ୍ଦିର ଭାବେ ଅଭିହିତ କରାଯାଏ I ଯାହାକି ୧୯୬୩ ମସିହା ରେ ସ୍ଥାପିତ ହୋଇଥିଲା ଦୀର୍ଘ ୬୨ ବର୍ଷ ଧରି ଶିକ୍ଷା ଦାନ ଦେଇ ପୁରୀ ଜିଲ୍ଲା ତଥା ରାଜ୍ୟ ଶିକ୍ଷା ବ୍ୟବସ୍ଥା ରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି I ଏଠାରୁ ଅନେକ ନେତା, ମନ୍ତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷାବି,ତ୍ସୈନିକ, ସାମ୍ବାଦିକ, ବୈଜ୍ଞାନିକ, ବରିଷ୍ଠ ଶିଳ୍ପପତି,ସମାଜସେବକ ତଥା ବୁଦ୍ଧିଜୀବୀ ସୃଷ୍ଟି କରିଛି ଏହି ବିଶ୍ୱବିଦ୍ୟାଳୟ । ଏଠାରେ କୌଣସି ଶିଳ୍ପପତି କିମ୍ବା ପୁଞ୍ଜିପତି ର ପିଲା ନୁହେଁ ବରଂ ଶ୍ରମିକ, କୃଷକ, ଦିନମଜୁରିଆ ଙ୍କ ଅଧିକ ପିଲା ନିଜର ଉଚ୍ଚ ସ୍ବପ୍ନ ନେଇ ଏଠାକୁ ଆସିଥାନ୍ତି I ଏହା କେବଳ ଏକ ପୁରୁଣା ଅନୁଷ୍ଠାନ ନୁହେଁ ବରଂ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଏକ ଲୋକପ୍ରିୟ ଶିକ୍ଷାନୁଷ୍ଠାନ । ଯାହାର ଛାତ୍ରଛାତ୍ରୀ ସଂଖ୍ୟା 7000 ରୁ ଉଦ୍ଧ କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଉଛି ଏହା ଏକ ଐତିହାସିକ ଶିକ୍ଷାନୁଷ୍ଠାନ ଅଟେ l ଯଦିଓ କିଛି ବର୍ଷ ହେଵ ଉକ୍ତ ମହାବିଦ୍ୟାଳୟ ଟି ସ୍ବୟଂଚାଳିତ କିନ୍ତୁ ତାହା ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ପାଈପାରି ନାହିଁ l ସରକାର ମଧ୍ଯ ୭୦୦୦ ପିଲା ପାଈଁ ଆବଶ୍ୟକ ହେଉଥିବା ଭିଭିଭୂମି ଓ ଅଧ୍ୟାପକ ଅଧ୍ୟାପିକା ଯୋଗାଇବାରେ ବିଫଳ ହୋଇଛନ୍ତି I ମୋଟାମୋଟି କହିବାକୁ ଗଲେ ମୌଳିକ ସୁବିଧାରୁ ବଞ୍ଚିତ ଛାତ୍ର ଛାତ୍ରୀ l ଯାହା ଫଳରେ କଲେଜ ପ୍ରଶାସନ ଛାତ୍ର ଛାତ୍ରୀ ଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖ୍ ଅତିଥ୍ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ଙ୍କୁ ନିଯୁକ୍ତ ଦେଇଛନ୍ତି । ଏବଂ କଲେଜ ର ପ୍ରତେକ୍ୟ ଛୋଟ ବଡ଼ କାମ ପାଈଁ ପ୍ରଶାସନକୁ ପିଲାଙ୍କ ଆଡିମିଶନ ଏବଂ ରିଆଡିମିସନ ପଇସା ଉପରେ ନିର୍ଭର କରିବାକୁ ପଡୁଛି I ଯାହାଦ୍ବାରା ସ୍ବାଭାବିକ ଭାବେ ଆଡିମିଶନ ଏବଂ ରିଆଡିମିଶନ ଫୀ ପ୍ରତିବର୍ଷ ବଢ଼ି ବଢ଼ି ଯାଉଛି I ଯାହାକି ଉକ୍ତ ମହାବିଦ୍ୟାଳୟ ର ଗାରିମା କ୍ରମଶଃ ନଷ୍ଟ ହେଵା ସହିତ ଅନେକ ପିଲାଙ୍କୁ ମଧ୍ଯ ଶିକ୍ଷା ଠାରୁ ଦୂରେଇ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି I ଏଠାରେ ଛାତ୍ରବାସ ନଥିବାରୁ ଅନେକ ପିଲା ବସ ଯୋଗେ ଦୈନିକ ଯାତାୟାତ କରିଥାନ୍ତି l ଆଉ କିଛି ପିଲାମାନେ ଘରୋଇ ଛାତ୍ରା ବାସରେ ଚଢ଼ା ଦର୍ ରହିବା ପାଈଁ ବାଧ୍ଯ ହେଉଛନ୍ତି I ଏବଂ ସେଇ ସମୟରେ ଏଭଳି ଆଡିମିଶନ ଏବଂ ରିଆଡିମିଶନ ଫୀ ଅଭିଭାବକ ଙ୍କ ବୋଝ ଉପରେ ନଳିତା ବିଡା ସଦୃଶ ବାଧକ ସାଜୁଛି I ଶିକ୍ଷା ଏକ ମୌଳିକ ଅଧିକାର ହେଇଥିବା ବେଳେ ନିମାପଡା ବିଶ୍ୱବିଦ୍ୟାଳୟ ପ୍ରଶାସନ ପିଲାଙ୍କ ଆର୍ଥିକ ପରିସ୍ଥିତି କୁ ତିଳେ ମାତ୍ର ଧ୍ୟାନ ନଦେଇ ଏପରି ମନ ଇଛା ଫୀ ନିର୍ଧାରଣ କରିବା ଏକ ଆଶ୍ଚର୍ଯ୍ୟ ର ବିଷୟ I ପୁରୀ ଜିଲ୍ଲାର ଅନ୍ୟ ଏକ ସ୍ବୟଂଶାସିତ ମହାବିଦ୍ୟାଳୟ ଟି ହେଉଛି ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ l ଏଠାରେ +୩ ଆଡିମିଶନ ଫୀ 2,000 ଟଙ୍କା ଭିତରେ ରହୁଥିବ ବେଳେ ନିମାପଡା ରେ 10,000 ଟଙ୍କା ପାଖାପାଖ୍ ରହୁଛି I SCS ରେ ରିଆଡିମିଶନ ପାଇଁ 1,500 ଟଙ୍କା ମଧ୍ଯରେ ରହୁଥିବାବେଳେ ନିମାପଡା ରେ 5,000 ରୁ ଉଦ୍ଧ ଟଙ୍କା ରହୁଛି I ଏଣୁ ଛାତ୍ର ଛାତ୍ରୀମାନଙ୍କ ପକ୍ଷରୁ ଅଖିଳ ଭାରତ ଛାତ୍ର ସଙ୍ଘ ପକ୍ଷରୁ ବାରମ୍ବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା l ଏଣୁ ଆଜି ପୁନଃ ଏ ଆଇ ଏସ ଏଫ ପକ୍ଷରୁ ଶତାଧିକ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ମହାବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ସହିତ ଏକ ମେମରଣ୍ଡମ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ, ଶିକ୍ଷାମନ୍ତ୍ରୀ , ଓଡ଼ିଶା ସରକାର ଙ୍କୁ ପ୍ରଦାନ କରିଛନ୍ତି । ବିଷୟ – ନିମାପଡା ସ୍ବୟଂଶାସିତ ମହାବିଦ୍ୟାଳୟକୁ ସମ୍ପୂର୍ଣ ସରକାରୀ ମାନ୍ୟତା ପ୍ରଦାନ କରାଯାଉ I ଏଥିପାଇଁ ଶତାଧିକ ଛାତ୍ରଛାତ୍ରୀ ଙ୍କ ସ୍ଵାକ୍ଷର ଅଭିଯାନ ମଧ୍ୟ କରାଯାଇଛି l ରାଜ୍ୟ ସରକାର ଏ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ କୁ ତୁରନ୍ତ ଧ୍ୟାନ ଦେଇ ହଜାର ହଜାର ପିଲା ଙ୍କ ସ୍ବାର୍ଥ କୁ ଆଖ୍ ଆଗରେ ରଖ୍ । ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ରୂପେ ନିମାପଡ଼ା ମହାବିଦ୍ୟାଳୟ କୁ ସମ୍ପୂର୍ଣ ସରକାରୀ ମାନ୍ୟତା ପ୍ରଦାନ କରିବା ସହ ମହାବିଦ୍ୟାଳୟ କୁ ନିଜ ଦାୟିତ୍ବ କୁ ନିଅନ୍ତୁ I ଆନ୍ଦୋଳନକାରୀ ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ଦାବୀ କରାଯାଇଛି l ଏହାର ନେତୃତ୍ୱ ନେଇଥିଲେ ମହାବିଦ୍ୟାଳୟ ଛାତ୍ର ନେତା ସୋରୁପ୍ ବେଉରା ଓ ବିଶ୍ବଭୂଷଣ ମହାରଣା l ଅନ୍ୟନ୍ୟ ଛାତ୍ର ଛାତ୍ରୀ ମାନେ ହେଲେ :- ସ୍ଵୟଂ ପ୍ରଜ୍ଞ ପରିଡ଼ା,
ଅନନ୍ତଉଦୟ ରାଉତରାୟ, ରାମ୍ ପ୍ରକାଶ ପ୍ରଧାନ
ସୁମନ୍ତ ମହାପାତ୍ର,ବିଶ୍ବଭୁଷଣ ମହାରଣା
ସୋନାଲି ପ୍ରଧାନ, ଆକାଶ ସ୍ୱାଇଁ
ସତ୍ୟ ପଣ୍ଡା, ମୁକେଶ ଭୋଇ
କିର୍ତ୍ତିକେତନ ପରିଡ଼ା, ସୋମେଶ ସ୍ବାଇଁ ପ୍ରଭୁତି ଛାତ୍ର ଛାତ୍ରୀମାନେ ଆନ୍ଦୋଳନ ରେ ସାମିଲ ହୋଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
