ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ ୱାଇ ଗଣପତି ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
ଗୁଣପୁର (ସୁରେନ୍ଦ୍ର ମହାନ୍ତି )ରାୟଗଡ଼ା ଜିଲ୍ଲା ଗୁଣପୁର ପୂର୍ତ୍ତ ବଙ୍ଗଳା ଠାରେ ଭାଜପା ର କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଟିତ ହୋଇଯାଇଛି। ନବ ନିର୍ବାଚିତ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ .ଗଣପତି ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ କାର୍ଯ୍ୟକର୍ତ୍ତା ଅଭିନନ୍ଦନ ଜଣାଇଥିଲେ।ଆୟୋଜିତ ସଭାରେ ନୂତନ ଭାବେ ନିର୍ବାଚିତ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଅଞ୍ଚଳର ବିକାଶ ସହ ଦଳର ସଙ୍ଗଠନ ମଜବୁତ କରିବା ନିମନ୍ତେ ଗୋଷ୍ଠୀ ବିବାଦରୁ ଦୁରେଇ ରହି ଏକଜୁଟ ହେବାକୁ ସେ ଆହ୍ୱାନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନୀଳ ମାଧବ ପାଢ଼ୀ,ରାମ ପଟନାୟକ,ରାଜେନ୍ଦ୍ର ନାୟକ, ସାରଂଗଧର ନାଗଵଂଶ,ଈଶ୍ଵର ଚନ୍ଦ୍ର ଗାମାଙ୍କ, ରାମ ପଟନାୟକ,ଇନ୍ଦ୍ରାକ୍ଷୀ ଦାଶ,ଗୋପାଳ ମଉସା, ଗୋପାଳ କୃଷ୍ଣ ଦେଓ ପାତ୍ର, ଅମର ସାହୁ,ସଂଗ୍ରାମ ସାହୁ,ଟୁକୁରୁ ପାଣିଗ୍ରାହୀ, ମନୋଜ ପାଣିଗ୍ରାହୀ, ଆଇନଜୀବୀ ପ୍ରଦୀପ ପାଢ଼ୀ,ଭଗବାନ ଚୌଦିରି, ଜଗଦିଶ ପାତ୍ର,ସତ୍ୟ ସୁନ୍ଦର କର, ପ୍ରଦୀପ ପାଢ଼ୀ, ପିଙ୍କୁ ପଟ୍ଟନାୟକ,କିରଣ ପାଣିଗ୍ରାହୀ, ରମେଶ ସାହୁ ଓ ବହୁ ବରିଷ୍ଠ ଓ କନିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।
