ବ୍ରହ୍ମଗିରି ରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି ..

ବ୍ରହ୍ମଗିରି – ବ୍ରହ୍ମଗିରି ପ୍ଲାନସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବ୍ରହ୍ମଗିରି ଅଲାରପୁର ଚାପ ପୋଖରି ନିକଟସ୍ଥ ପ୍ଲାନସ କୋଚିଙ୍ଗ ସେଣ୍ଟର୍ ରେ ଆଜି ବିଶ୍ଵ ଜନ ସଂଖ୍ୟା ଦିବସ ପାଳିତ ହୋଇଯାଇଅଛି। ଏଥିରେ ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଭୀମସେନ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ରେବଣା ନୂଆଗାଁ
ର ଜନସ୍ବାସ୍ଥ୍ୟ ଅଧିକାରୀ ବୈଦ୍ୟନାଥ ମିଶ୍ର , ସମାଜ ସେବୀ
ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଚେୟାର ମ୍ୟାନ ସସ୍ମିତା ସାହୁ
ବିଶିଷ୍ଟ ଶିକ୍ଷାବିତ୍ ତଥା ରାଜନୀତିଜ୍ଞ ଭଗବାନ ନାୟକ ,
ପ୍ଲାନସ ସ୍ୱେଚ୍ଛାସେବୀ ର ସମ୍ପାଦକ ମେରୁ ଚରଣ ବେହେରା,
ଖବରକାଗଜ ପ୍ରତିଦିନ” ସାମ୍ବାଦିକ ରୂପକ ସ୍ୱାଇଁ ,ବରିଷ୍ଟ ଶିକ୍ଷକ ଅକ୍ଷୟ କୁମାର ବରାଳ , ପ୍ଲାନସ ସ୍ୱେଚ୍ଛାସେବୀ ସଂସ୍ଥାର ସଭାପତି ସଂଯୁକ୍ତା ସ୍ଵାଇଁ, ମାଇଁ ଭାରତ ର କର୍ମକର୍ତ୍ତା ପଞ୍ଚାନନ ପଲାଇ , ବିଷ୍ଣୁ ପ୍ରସାଦ ପ୍ରଧାନ ଓ ପଟ୍ଟଚିତ୍ର ଶିଳ୍ପି ରଶ୍ମିରଂଜନ ସ୍ବାଇଁ, କୋଚିଙ୍ଗ ସେଣ୍ଟର ର ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ପୃଥିବୀ ରେ ଜନ ସଂଖ୍ୟା ବହୁଳ ଭାବରେ ବୃଦ୍ଧି ଯୋଗୁ ଖାଦ୍ୟ ପେୟ , ଆର୍ଥିକ ସଙ୍କଟ , ଘୋର ଅଭାବ ଦେଖାଦେଇଛି।ଏଥିରୁ ମୁକୁଳିବା ପାଇଁ ଜନ ସଂଖ୍ୟା ନିୟନ୍ତ୍ରଣ ରଖିବା ପାଇଁ ମୁଖ୍ୟ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରିବାସହ ଭାଷଣ ପ୍ରତିଯୋଗିତା କରାଯାଇଥିଲା। କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ସିଲ କପ ପ୍ରଦାନ କରାଯାଇଥିଲା ପରିଶେଷରେ ସଭା
ଶେଷ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଶେଷରେ ସାମ୍ବାଦିକ ଚିତ୍ତରଞ୍ଜନ ମହାନ୍ତି
ଧନ୍ୟବାଦ୍ ଅର୍ପଣ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
