ଆଜିର ଖବର…
୧-ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢ଼ୀ, ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ଦାୟିତ୍ୱ ।
୨-ବଦଳି କଲେ ରାଜ୍ୟ ସରକାର, ପୁଲିସ ଆଇଜି ଆଶିଷ ସିଂ ହେଲେ ଗୃହ ବିଭାଗ ଓଏସଡି।
୩-ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଉଷା ପାଢ଼ୀ।
୪-ରାଜଧାନୀରେ ୬ ମାସରେ ୩୬କୋଟି ଲୁଟିଛନ୍ତି ସାଇବର ଲୁଟେରା,ଏପର୍ଯ୍ୟନ୍ତ ଗିରଫ ୨୧ ଜଣ।
୫-ଭୁବନେଶ୍ୱର:ସାପ ନେଉଛି ଜୀବନ,୮ ବର୍ଷରେ ପ୍ରାଣ ହରାଇଲେଣି ସାତ ହଜାର।
୬-ଆସିପାରେ ଦୁଇଟି ଲଘୁଚାପ,୧୪ରେ ପ୍ରଥମ, ୧୯ରେ ଦ୍ବିତୀୟ।
୭-ଭୁବନେଶ୍ୱର:ଆଜି ସରିବ ଯୁକ୍ତ ଦୁଇ ନାମଲେଖା ଆବେଦନ।୫ ଲକ୍ଷ ୩ ହଜାର ୯୩୩ଜଣ ପଞ୍ଜିକରଣ କଲେଣି।
୮-ଭଣ୍ଡାରିପୋଖରୀ:ବୈତରଣୀ ନଦୀ ଶଯ୍ୟାରୁ ପ୍ରାଚୀନ ଜୈନ ମୂର୍ତ୍ତି ଉଦ୍ଧାର, ବୌଦ୍ଧ ସଂଗ୍ରହାଳୟରେ ସ୍ଥାନିତ।
୯-ନାକଟିଦେଉଳ,ଧଳପୁର ଗ୍ରାମ:ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ।
୧୦-‘ଘଟଣା ଖୁବ୍ ଦୁର୍ଭାଗ୍ୟଜନକ’: ଆଡ଼ପ ପହଣ୍ଡିବେଳେ ଅଘଟଣ ପ୍ରସଙ୍ଗରେ କହିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ।
୧୧-ଅଡ଼ୁଆରେ ଅଭିନେତ୍ରୀ ରିୟା, କଟକକୁ ସ୍ଥାନାନ୍ତର ହେଲା ଘରୋଇ ସହାୟିକାଙ୍କୁ ନିର୍ଯାତନା ମାମଲା।
୧୨-ଧାର୍ମିକ ଶୋଭାଯାତ୍ରା ପାଇଁ ପୁଣି ସମ୍ୱଲପୁରରେ ଲାଗିଲା କଟକଣା: ଚଳିତବର୍ଷ ମହରମରେ ହେବନାହିଁ ଶୋଭାଯାତ୍ରା।
୧୩-ବ୍ରହ୍ମପୁର:ଲାଞ୍ଚ ନେବାବେଳେ ଧରାପଡ଼ି କେନ୍ଦ୍ରୀୟ ଅବକାରୀ ବିଭାଗ ଅଧୀକ୍ଷକ ଗିରଫ
୧୪-ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ, “ପହଣ୍ଡି ଅଘଟଣ ନେଇ ମୁଁ ମଧ୍ୟ ମର୍ମାହତ……”
୧୫-ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ପ୍ରାୟତଃ ଖୋଲିବା ସ୍ପଷ୍ଟ ବୋଲି କହିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
୧୬-ମାଓବାଦୀଙ୍କ ବର୍ବରକାଣ୍ଡ, ମାଲକାନଗିରିରେ ପୁଲିସ୍ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା, ଅନ୍ୟ ଦୁଇ ଯୁବକଙ୍କୁ ନିର୍ଧୁମ୍ ମାଡ ମାରି ଗୁରୁତର।
୧୭-ଆନ୍ଧ୍ରପ୍ରଦେଶର ଲୋମଟାଙ୍କୁରା ହତ୍ୟା ଘଟଣା: ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ଷ୍କମ ପରେ ହତ୍ୟା କଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର।
୧୮-ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର କିଙ୍ଗପିନ୍ ରାକେଶ ରଂଜନ ଓରଫ ରକି ଗିରଫ।
୧୯-ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ସ୍କୁଲ ଉପରେ ବଜ୍ରପାତ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ
୨୦-ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହିତ ନେପାଳରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ ଓଲି।
୨୧-ଲାହୋର ଉଚ୍ଚ ନ୍ୟାୟାଳୟରେ ବିଚାରପତି ହେବାରେ ଆଲିୟା ନିଲମ ହେଲେ ପାକିସ୍ତାନର ପ୍ରଥମ ମହିଳା, ରଚିଲେ ଇତିହାସ।
୨୨-ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବନି ଭାରତ । ଭେନ୍ୟୁ ବଦଳାଇବା ପାଇଁ ବିସିସିଆଇର ଚାପ।