December 4, 2024

ମନରେଗା କାମରେ ଲାଗିଥିଲା ମେସିନ୍ , ଫଟୋ ଉଠାଉଥିବା ଯୁବକଙ୍କୁ ନିସ୍ତୁକ ମାଡ, ଥାନାରେ ଅଭିଯୋଗ

Share

ମନରେଗା କାମରେ ଲାଗିଥିଲା ମେସିନ୍ , ଫଟୋ ଉଠାଉଥିବା ଯୁବକଙ୍କୁ ନିସ୍ତୁକ ମାଡ, ଥାନାରେ ଅଭିଯୋଗ
ବୁଗୁଡ଼ା : ତା ୧୧/୦୭/୨୩ : ନିଶ୍ଚିତ କର୍ମ ଯୋଗାଣ ଯୋଜନାରେ ଚାଲିଥିବା ପୋଖରୀ କାମରେ ଲାଗିଥିଲା ମେସିନ l ସ୍ୱପଷ୍ଟ ଦିବାଲୋକରେ ମେସିନ ଲାଗିଥିବାର ଫୋଟ ଉଠାଇବାକୁ ଯାଇଥିବା ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ସରପଞ୍ଚଙ୍କ ପୁଅ ଓ ତାଙ୍କ ସମର୍ଥକ l ଏମିତି ଅଭିଯୋଗ ଆସିଛି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଆନ୍ତରପଡା ପଞ୍ଚାୟତରୁ l ଅନ୍ତରପଡା ପଞ୍ଚାୟତର ଗୁଡ଼ିବନ୍ଧକୁ ଆଦର୍ଶ ପୋଖରୀ ଭାବେ ଚିହ୍ନଟ କରାଯାଇ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି l ଏହି ପୋଖରୀ କାର୍ଯ୍ୟ ଶ୍ରମିକମାନଙ୍କ ଦ୍ୱାରା କରାନଯାଇ ୨ଟି ମେସିନ ଦ୍ୱାରା କାମ ହେଉଥିବାର ଜାଣିବା ପରେ ଅନ୍ତରପଡା ପଞ୍ଚାୟତ ଅନ୍ତର୍ଗତ ମାଣିବନ୍ଧ ଗ୍ରାମର ବାବୁଲା ସ୍ବାଇଁ ଘଟଣା ସ୍ଥଳକୁ ଯାଇ ଫୋଟ ଉଠାଇ ଥିଲେ l ଏ ସମୟରେ ସେଠାରେ ଉପସ୍ଥିତ ଥିବା ସରପଞ୍ଚଙ୍କ ପୁଅ ମନୋଜ କୁମାର ଶତପଥୀ ଏବଂ ତାଙ୍କର ସମର୍ଥକ ଲିଙ୍କନ ନାୟକ, ଶିବାନନ୍ଦ ଗୌଡ଼, ଜିଆରଏସ ତୁଷାର କୁମାର ବେହେରା, ଗ୍ରାମସେବକ ପ୍ରଶାନ୍ତ କୁମାର ବେହେରା, ଜେଇ ସୁନୀଲ କୁମାର ଜାନି ବାବୁଲାଙ୍କୁ ଘେରି ଯାଇଥିଲେ । ଏହା ପରେ ମନୋଜ, ଲିଙ୍କନ ଓ ଶିବାନନ୍ଦ ତିନିହେଁ ତାଙ୍କୁ ମାଡ଼ ମାରି ବେହୋସ କରିଦେଇଥିଲେ l ଘଟଣା ସ୍ଥଳରେ ସନ୍ତୋଷ ଭୋଳ ଓ କିଶାନ କୁମାର ପାଢ଼ୀ ପହଞ୍ଚି ବାବୁଲାଙ୍କୁ ପାଣି ମାରି ଚେତା ଫେରାଇବା ପରେ ବୁଗୁଡ଼ା ମେଡିକାଲ ଆଣି ଚିକିତ୍ସା କରାଇଥିଲେ l ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ପହଞ୍ଚି ଓଲଟା ବାବୁଲାକୁ ଗାଳି କରିବା ସହ ସବୁଠି ଏମିତି କାମ ଚାଲିଥିବା ବେଳେ ତୁ କାହିଁକି ଫୋଟ ଉଠାଇଲୁ କହି କେସ ଗୁନ୍ଥିବା ଧମକ ଦେଇ ତାଙ୍କର ମୋବାଇଲ ଛଡାଇ ନେଇଥିବା ବୁଗୁଡ଼ା ଥାନାରେ ଅଭିଯୋଗ କରିବା ସହ ଗଞ୍ଜାମ ଏସପି, ଜିଲ୍ଲାପାଳ ଓ ଭଞ୍ଜନଗର ଏସଡ଼ିପିଓଙ୍କ ନିକଟକୁ ଅଭିଯୋଗର ଅବିକଳ ନକଲ ପଠାଇ କାର୍ଯାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି l ତେବେ ଏ ନେଇ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କେ କୌଣସି ଖବର ବିଡିଓ ବାସୁଦେବ ନାୟକଙ୍କ ପାଖରେ ନଥିବା ସେ କହିଛନ୍ତି ।