June 15, 2025

ଭେଡେନ ପଞ୍ଚାୟତ କାର୍ଯ୍ୟାଳୟରେ ରାଜ୍ୟ ସରକାରକଂ ବିକାଶ କାର୍ଯ୍ୟକ୍ରମ

IMG-20250612-WA0034
Share

 

 

ଆଜି ଗୁରୁୂବାର ପୂର୍ବାହ୍ନ ୧୦ଟାରେ ଅତାବିରା ନିର୍ବାଚନ ମଣ୍ଡଲୀ ଅଧିନ ଭେଡେନ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଭେଡେନ ଗୋଷ୍ଠି ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ ମୁଖ୍ୟ ଅତିଥି,ଏବିଡିଓ ପ୍ରିତିସ ଦୋରା ସମ୍ମାନୀତ ଅଥିତି ଭାବେ ଯୋଗଦାନ କରିଥିବା ବେଳେ ସ୍ବତନ୍ତ ଅତିଥି ସଂକ୍ରିଡା ମଣ୍ଡଲ ସଭାପତି ଖିରେଶ ମହାକୁର,ପଂପଗା ମଣ୍ଡଲ ସଭାପତି ଧନେଶ୍ବର ପାଢୀ ,ସରପଂଚ ଅଖିଅ ନାଏକ,ପିଇଓ ତରଣୀସେନ ନାଏକ ଯୋଗଦାନ କରି ପଞ୍ଚାୟତର ୩ ଜଣକୁ ନୂତନ ରାସନ କାର୍ଡ,ଅନ୍ତରଦୟ ଗୃହ ଯୋଜନାରେ ୭ ଜଣ ,ମଧୁବାବୁ ପେନସନ ଯୋଜନାରେ ୬ ଜଣକୁ,ବୟବନ୍ଦନା କାର୍ଡ ୯ ଜଣକୁ,ଜବ କାର୍ଡ ୩ଜଣକୁ,ଆଧାର କାର୍ଡ ୧୫ ଜଣକୁ,ପଟ୍ଟା ୩ ଜଣକୁ ପ୍ରଦାନ କରାଯାଇଥିଲା ଓ ରାଜ୍ୟ ସରକାରକଂ ବିଭିନ୍ନ ଲୋକାଭିମୁଖି ଯୋଜନା ସମ୍ପର୍କରେ ଲୋକକୁଂ ବୁଝାଯାଇଥିଲା |ଏହି ଅବସରରେ ଶତାଧିକ ମହିଳା ପୁରୁଷ ମିଶି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ |ବିକାଶ ବାହନ ରଥ ଲୋକକୁଂ ସଚେତନ ବୁଲି ଲୋକକୁଂ ସଚେତନ କରାଉଥିଲା