April 25, 2026
IMG-20230612-WA0009
Share

ଜାତୀୟ ସ୍ତର ପ୍ରତିଯୋଗିତାରେ ପାରଳାଖେମୁଣ୍ଡିର ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ କୃତିତ୍ୱ:ମିସେସ ଇଣ୍ଡିଆ କନଫିଡେଣ୍ଟ କୁଇନ ବିବେଚିତ

ପାରଳାଖେମୁଣ୍ଡି:୧୨/୬(ଗରୁଡ଼ ଧ୍ଵଜ ଚୌଧୁରୀ)ମହାରାଷ୍ଟ୍ରର ନାଗପୁର ଠାରେ “ଡ୍ରିମ୍ ଷ୍ଟୁଡିଓ ଭେଞ୍ଚର” ଡିଏସଭି: କମ୍ପାନୀ ପକ୍ଷରୁ ଆୟୋଜିତ ହୋଇଥିବା ମେଡିକୋ ଡିଭା ତଥା ପ୍ରସିଦ୍ଧ ଚିକିତ୍ସକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ସହରର ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ ଅଂଶଗ୍ରହଣ କରି ପ୍ରଥମ ହୋଇ “ମିସ ଇଣ୍ଡିଆ କନଫିଡେଣ୍ଟ କୁଇନ” ସମ୍ମାନ ଜନକ ମୁକୁଟ ଅଳଙ୍କୃତ କରିଛନ୍ତି । ତାଙ୍କର ଏହି ଜାତୀୟ ସ୍ତର କୃତିତ୍ୱ ହାସଲ ଯୋଗୁଁ ପାରଳାଖେମୁଣ୍ଡି ସହରର ବିଭିନ୍ନ ମହଲରେ ତାଙ୍କୁ କୃତଜ୍ଞତା ଜଣାଇବା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି
ଡାକ୍ତର ସନ୍ଧ୍ୟାରାଣୀ ବର୍ତ୍ତମାନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି ।ନାଗପୁର ଠାରେ ଅନୁଷ୍ଠିତ ଏହି “ମେଡ଼ିକୋ ଡ଼ିଭା” ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରଏଲୋପ୍ୟାଥିକ , ଆୟୁର୍ବେଦ , ହୋମିଓପାଥି , ଡେଣ୍ଟାଲ ପ୍ରଭୃତି ବିଭାଗର ପ୍ରସିଦ୍ଧ ମହିଳା ଡାକ୍ତର ମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶାରୁ କେବଳ ଜଣେ ମାତ୍ର ଡାକ୍ତର ଭାବେ ପାରଳାଖେମୁଣ୍ଡି ସହରର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସନ୍ଦ୍ୟାରାଣୀ ପାଣିଗ୍ରାହୀ ଅଂଶଗ୍ରହଣ କରି ଏହି ସମ୍ମାନ ଜନକ ମୁକୁଟ କୃତିତ୍ୱ ହାସଲ କରି ଗଜପତି ଜିଲ୍ଲା ପାଇଁ ଏକ ଗୌରବ ଆଣିଛନ୍ତି ।ଡ଼ାଃ ପାଣିଗ୍ରାହୀ ୠଙଏଝଓ ମହାସଂଘ ଓ ଇଣ୍ଡିଆନ ମେଡିକାଲ ଏସୋସିଏସନ ପକ୍ଷରୁ ଏହି ସମ୍ମାନ ଜନକ ପଦବୀ ଅଳଙ୍କୃତ କରିଥିବା ବେଳେ ବ୍ରାଣ୍ଡ-ଏମ୍ବାସେଡର ଡ଼ାଃ ଅର୍ଚ୍ଚନା ଧୁଲେ ଏବଂ ଆୟୋଜକ କମ୍ପାନୀ ଓନର ମିଃ ସୋହେଲ ଶେଖଙ୍କ ଦ୍ଵାରା ଏହି ସମ୍ମାନଜନକ ବିୟୁଟି କୁଇନ ଟ୍ରଫି ମୁକୁଟ ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ ।
ଡ଼ାଃ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ନିଷ୍ଠା , କାର୍ଯ୍ୟଦକ୍ଷତା ଓ ଉତ୍କୃଷ୍ଟ ଚିକିତ୍ସା ପ୍ରଣାଳୀ ଏବଂ ସର୍ବୋପରି ତାଙ୍କ ପ୍ରତିଭାର ଉପସ୍ଥାପନା ଶୈଳୀ ଯୋଗୁଁ ସେ ଉପସ୍ଥିତ ଜର୍ଜ ଓ ଜୁରୀ ମାନଙ୍କ ଦ୍ଵାରା ଭୂୟସୀ ଉଚ୍ଚ ପ୍ରଶଂସିତ ହୋଇ ଏହି ସମ୍ମାନଜନକ କୃତିତ୍ୱ ହାସଲ କରିବା ସହ ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।