June 29, 2024

ମଦ ଦୋକାନ ସିଲ : ବାହାରେ ଚଢା ଦରରେ ବିକ୍ରି ଅଭିଯୋଗ….

Share

 

ଗୁଣୁପୁର,-ଆସନ୍ତା ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଶାସନ ଓ ଅବକାରୀ ବିଭାଗ ପକ୍ଷରୁ ଗୁଣୁପୁର ରେ ସମସ୍ତ ମଦ ଦୋକାନ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅବକାରୀ ବିଭାଗ ପକ୍ଷରୁ ପ୍ରତ୍ୟେକ ମଦ ଦୋକାନ କୁ ସିଲ କରାଯାଇଛି । ତଥାପି ବାହାରେ ଖୁଲମଖୋଲା ମଦ ବିକ୍ରି ହେଉଛି ତାହା ପୁଣି ଚଢ଼ା ଦରରେ । ଏଭଳି ଅଭିଯୋଗ ଗୁଣୁପୁର ଅଞ୍ଚଳରେ ହେଉଛି । ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଏସବୁ କଡାକଡି ଯାଞ୍ଚ କରି କଳା ବେପାରୀ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି । ଏପରି ବାହାରେ ଯଦି ଚଢା ଦରରେ ମଦ ବିକ୍ରି ହୁଏ ତେବେ ନିର୍ବାଚନ ରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ ବୋଲି ଆଲୋଚନା ହେଉଛି । ତେଣୁ ତୁରନ୍ତ ଏଥିପ୍ରତି ପୁଲିସ ଓ ଅବକାରୀ ବିଭାଗ ସ୍ୱତନ୍ତ୍ର ଧ୍ୟାନ ଦେବା ଜରୁରୀ ।(ସୁରେନ୍ଦ୍ର ମହାନ୍ତି )