July 1, 2024

ଗଜପତି ଜିଲ୍ଲାର ଦୁଇ ଦୁଇ ବିଧାନସଭା ଆସନ ନିମନ୍ତେ ୫୭୩ ଭୋଟଦାନ କେନ୍ଦ୍ର ଗଠନ …

Share

ଗଜପତି ଜିଲ୍ଲାର ଦୁଇ ବିଧାନସଭା ଆସନ ମୋହନା ଓ ପାରଳା ପାଇଁ ୫୭୩ ଭୋଟଦାନ କେନ୍ଦ୍ର ଗଠନ ହୋଇଛି। ଏଥି ମଧ୍ୟରେ ୧୪୪ ମତଦାନ କେନ୍ଦ୍ରରେ ବିଭିନ୍ନ ବର୍ଗର ଭୋଟରଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି। ମୋହନା ନିର୍ବାଚନ ମଣ୍ଡଳୀରେ ୩୩ ଭୋଟ କେନ୍ଦ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ ପାରଳା ନିର୍ବାଚନ ମଣ୍ଡଳୀରେ ୮୧ ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ମୋହନା ରେ ଭିନ୍ନକ୍ଷମ ମାନଙ୍କ ପାଇଁ ଗୋଟିଏ ଯୁବ ପରିଚାଳିତ ଭୋଟ ଗ୍ରହଣ କେନ୍ଦ୍ର ୫ ଇକୋ ଫ୍ରେଣ୍ଡଲି ମତଦାନ କେନ୍ଦ୍ର ୫ ଇଥିନିକ ମତଦାନ କେନ୍ଦ୍ର ୨୨ ପିଭିଟିଜି କେନ୍ଦ୍ର ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସେହିପରି ପାରଳା ବିଧାନସଭା ଆସନରେ ସଖି ଭୋଟ ଗ୍ରହଣ କେନ୍ଦ୍ରରେ ୫୭ ରହିଥିବା ବେଳେ ଭିନ୍ନକ୍ଷମ ମାନଙ୍କ ପାଇଁ ଏକ ଟି, ଯୁବ ପରିଚାଳିତ କେନ୍ଦ୍ର ୫, ଇକୋ ଫ୍ରେଣ୍ଡଲୀ କେନ୍ଦ୍ର ୫, ଇଥିନିକ୍ କେନ୍ଦ୍ର ୧୧, ପିଭିଟିଜି କେନ୍ଦ୍ର ୨ ଗଠନ ହୋଇଥିବା ସୂଚନା ମିଳିଛି। ସେହିପରି ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୮୯ଟି କେନ୍ଦ୍ର ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ପାରଳା ରେ ୪୫ ଟି ଏବଂ ମୋହନା ନିର୍ବାଚନ ମଣ୍ଡଳୀରେ ୪୪ ଟି କେନ୍ଦ୍ର ରହିଛି। ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟଗଡ଼ ବ୍ଲକରେ ୧୨ ଟି ଲେଖାଏଁ, ନୂଆଗଡ ବ୍ଲକରେ ୪ ଟି ଆର.ଉଦୟଗିରି ବ୍ଲକରେ ୮ ଟି ସହ ମୋହନା ବ୍ଲକରେ ୨୦ ଟି କେନ୍ଦ୍ର ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତା ସହ ପାରଳା ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଷାଣୀ ବ୍ଲକରେ ୨୧, କାଶୀନଗର ବ୍ଲକର ୧୯, ଗୁମ୍ମା ବ୍ଲକର ୫ ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ଚିହ୍ନଟ ହୋଇଥିବା ସମସ୍ତ ସମ୍ବେଦନଶୀଳ ବୁଥ କେନ୍ଦ୍ର ଗୁଡିକରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ବତନ୍ତ୍ର ପୋଲିସ ବାହିନୀ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ପୋଲିସ ବଳ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ସେହିପରି ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୫୭୩ଭୋଟ ଦାନ କେନ୍ଦ୍ରର ଥିବା ବେଳେ ସେଥି ମଧ୍ୟରୁ ୩୪୪ ବୁଥରେ ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଛି। ଗଜପତି ଜିଲ୍ଲାର ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଦୁହେଁ ଦୁଇ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଯେପରି ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ରଖିଥିବା ଦେଖିବାକୁ ମିଳିଛି।

You may have missed