April 28, 2026

ଦୁଇ ଓଲିଉଡ ଅଭିନେତ୍ରୀଙ୍କ ମୋହନା ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ କଲେ ପ୍ରଚାର …

kokop
Share


ଗଜପତି ଜିଲ୍ଲାର ବୃହତ୍ତମ ନିର୍ବାଚନ ମଣ୍ଡଳୀ ମୋହନା। ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ଓଲିଉଡ ଅଭିନେତ୍ରୀ ପ୍ରିୟା ଚୌଧୁରୀ ଓ ସନ୍ମିରା ଦୁହେଁ ବିଜେଡି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ପ୍ରଚାର ସମୟରେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ସମେତ ଶତାଧିକ ମୋଟର ସାଇକେଲ ସହ ମିଶି ରାୟଗଡ଼, ମୋହନା, ଆର. ଉଦୟଗିରି ବ୍ଲକ ଅଞ୍ଚଳରେ ମାରାଥନ ପ୍ରଚାର କରିବା ସହ ଷଷ୍ଠ ଥର ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ମୁଠାକୁ ଟାଣ କରିବା ସହ ଓଡ଼ିଶା ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଏହା ସହ ରାୟଗଡ଼ ବ୍ଲକ ର ଶତାଧିକ ବ୍ୟକ୍ତି ବିଭିନ୍ନ ଦଳ ତ୍ୟାଗ କରି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ନିକଟରେ ବିଜେଡି ଦଳରେ ସାମିଲ ହୋଇଥିଲେ।